12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଅମଲା ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ମିଳିତ ଅମାଲା ମଞ୍ଚ ଡାକରାରେ ସଙ୍ଗଠିତ ହୋଇଥିବା ଆନ୍ଦୋଳନର ପ୍ରତିଟି ଖବର ଗଣ ମାଧ୍ୟମ ଜରିଆରେ ପ୍ରଚାର ଓ ପ୍ରସାର କରି ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଅମଲା ମାନଙ୍କ ଆନ୍ଦୋଳନ ର ଖବର ପ୍ରଚାର ପ୍ରସାର କରି ଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଣ ମାଧ୍ୟମରେ ବହୁଳ ପ୍ରସାର ଯୋଗୁଁ ଅମଲା ମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ଗଣ ମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାଇଥିଲେ। ଅମଲା ମାନଙ୍କ ସଂଗଠନ, ଗଣ ମାଧ୍ୟମରେ ପ୍ରସାରଣ, ବିଭିନ୍ନ ସରକାରୀ ସଂଗଠନର ନୈତିକ ସମର୍ଥନ ଯୋଗୁଁ ସମୂହ ଛୁଟିର 17 ଦିନରେ ଓଡିଶା ସରକାରଙ୍କ ଡାକରାରେ ରାଜ୍ୟ ସ୍ତରୀୟ ନେତୃ ମଣ୍ଡଳୀ ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ମାନ୍ୟବର 5ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସହିତ ମୂଖ୍ୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମିଳିତ ଅମଲା ମଞ୍ଚର ଏକ ମାତ୍ର ଦାବି ଉପରେ ବିଶଦ ଭାବେ ଅଲୋଚନା କରାଯାଇଥିଲା I ଉକ୍ତ ଆଲୋଚନାରେ ପ୍ରଣବ ପ୍ରକାଶ ଦାଶ, ବିଧାୟକ ଯାଜପୁର ତଥା ବିଜେଡି ସାଂଗଠନିକ ସମ୍ପାଦକ ଏବଂ ଆଦିତ୍ୟ ମହାପାତ୍ର, ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ I ଉକ୍ତ ଆଲୋଚନା ଏକ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ 4 ଗୋଟି ସମଭାବାପନ୍ନ ଅମଲା ସଂଗଠନର ନେତୃ ମଣ୍ଡଳୀଙ୍କ ସହିତ ଶତାଧିକ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା I ଆମର ଏକ ମାତ୍ର ଦାବୀକୁ ସରକାର ସହୃଦୟତାର ସହିତ ବିଚାର କରିବା ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରୀୟ ଅମଲାଙ୍କ ପଦୋନ୍ନତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ସହମତି ପ୍ରକାଶ ପାଇଥିଲା I ଏଥି ନିମନ୍ତେ ଆସନ୍ତା ସୋମବାର ଦିନ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ଏକ ଉଚ୍ଚ ସ୍ତରୀୟ କମିଟି ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଉକ୍ତ ବୈଠକରେ ସମସ୍ତ ଦିଗକୁ ଭଲଭାବେ ତର୍ଜମା କରାଯାଇ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଓଡିଶାର ମୂଖ୍ୟ ମନ୍ତ୍ରୀ ନବିନ ପଟନାୟକଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କରି ଚାଲୁ ରହିଥିବା ସମୁହ ଛୁଟିକୁ ୧୮ ତାରିଖ ଠାରୁ କିଛିଦିନ ପାଇଁ ସ୍ତଗିତ ରଖି ଏ ଦିଗରେ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ I ପରିଶେଷରେ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କୁ ସେମାନଙ୍କର ଆନ୍ତରୀକ ସହଯୋଗ ଓ ସହଭାଗିତା ପାଇଁ ସାଧୁବାଦ ଜଣାଇ ଆସନ୍ତା ସୋମବାର ୧୯ ତାରିଖ ଠାରୁ ନିଜ ନିଜ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ନିଷ୍ପତି ନେଇଥିଲେ।ରାଜ୍ୟ ନେତୃମଣ୍ଡଳୀଙ୍କର ଏହି ନିଷ୍ପତ୍ତିକୁ ଉଚିତ ସମ୍ମାନ ଜଣାଇ ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଏହି ନିଷ୍ପତ୍ତିରେ ଉପନୀତ ହେଲାଯେ, ସମୂହ ଛୁଟିରେ ଥିବା ମାଲକାନଗିରି ଜିଲ୍ଲାର ସମସ୍ତ ଭାଇ ଓ ଭଉଣୀ ୧୯ ତାରିଖ ଠାରୁ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିବେ I ଏଥି ନିମନ୍ତେ ପ୍ରସ୍ତୁତ କରାଯାଇଥିବା ସମୂହ ଯୋଗଦାନ ସଂପର୍କିତ ଦରଖାସ୍ତଟିକୁ ପୂରଣ କରି ନିଜ ନିଜ କାର୍ଯ୍ୟାଳୟରେ ଦାଖଲ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାରେ ଅମଲା ମାନଙ୍କ ଦୀର୍ଘ ୧୮ ଦିନର ଆନ୍ଦୋଳନ ବନ୍ଦ ହୋଇଥିବାରୁ ଜିଲ୍ଲାବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ଅମଲା ମାନେ ମଧ୍ଯ ସରକାର ନେଇଥିବା ନିଷ୍ପତିକୁ ଗ୍ରହଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *