ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ପାଣି, ଯାତାୟାତରେ ଅସୁବିଧା

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଘରୁ ବାହାରିବା ସମ୍ଭବ ପର ହୋଇ ପାରୁ ନାହିଁ। ନିହାତି ଜରୁରୀ କାମ ଥିଲେ ଲୋକମାନେ ବର୍ଷାରେ ଭିଜି ଭିଜି ବାହାରକୁ ବାହାରୁଛନ୍ତି। ଗତ ରବିବାର ଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳ ଗୁଡିକରେ ଜଳପତ୍ତନ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କୃଷି କାର୍ଯ୍ୟ ପାଇଁ ଏହି ବର୍ଷା ର ଆବଶ୍ୟକତା ରହିଛି। ବର୍ତ୍ତମାନ ବର୍ଷା ଯୋଗୁଁ ଜିଲ୍ଲାରେ କୃଷି କାର୍ଯ୍ୟରେ ବହୁ ଅଗ୍ରଗତି ହେବାର ଦେଖିବାକ ମିଳିଛି। ପ୍ରାପ୍ତ ସୂଚନା ଅନୁଜୟୀ ଆଜି ମାଲକାନଗିରି ଜିଲ୍ଲାରେ ୪୪୨.୩ ମିମି ବର୍ଷା ହୋଇଛି। ମାଲକାନଗିରି ବ୍ଲକ ରେ ୫୬ ମିମି, ମାଥିଲି ବ୍ଲକ ରେ ୯୮ ମିମି, ଖଇରପୁଟ ବ୍ଲକ ରେ ୧୦୭ ମିମି, ଚିତ୍ରକୋଣ୍ଡା ବ୍ଲକ ରେ ୬୦ ମିମି, କୋରୁକୋଣ୍ଡା ବ୍ଲକ ରେ ୬୨ ମିମି ବର୍ଷା, କାଲିମେଳା ବ୍ଲକ ରେ ୩୦ ମିମି ଏବଂ ପଡ଼ିଆ ବ୍ଲକ ରେ ୨୯.୩ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାରେ ଆଜି ହାରାହାରି ୬୩.୧୯ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଜିଲ୍ଳାର ମୁଖ୍ୟ ରାସ୍ତା ଗୁଡିକରେ ତଳୁଆ ପୋଲ ରହିଥିବା ସତ୍ତ୍ବେ ନଦୀଗୁଡ଼ିକର ଜଳସ୍ଥର ବୃଦ୍ଧିପାଇ ପୋଲ ଉପରେ ପ୍ରବାହିତ ହେବାରେ ଲାଗୁଛି। ବର୍ତମାନର ଖବର ଅନୁଯାୟୀ ମାଲକାନଗିରି ଠାରୁ ବାଲିମେଳା ମୁଖ୍ୟରାସ୍ତା ତାରଲାକୋଟାରେ ଥିବା ନଦୀ ପୋଲ ଉପରେ ତିନି ଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ସେହି ରାସ୍ତା ଦେଇ କୌଣସି ଗାଡ଼ି ମଟର ଚଳପ୍ରଚଳ ହେବାରେ ବାଧା ସୃଷ୍ଟି ହେବା ସହଏକ ତରଫା ବିଚ୍ଛିନ୍ନ ହୋଇ ଯାଇଛି।ବାଲିମେଳା ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି ରହିଛି।ସେହିଭଳି ପୋଟରୁ ନଦୀ, ପାଙ୍ଗାମ ନଦୀ ପୋଲ ମଧ୍ୟ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ଯଦି ଆଜି ରାତିସାରା ବର୍ଷାର ପ୍ରଭାବ ନିରନ୍ତର ରହେ ତାହେଲେ ଆସନ୍ତା କାଲି ସକାଳ ସୁଧା ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ସହରକୁ ଯାତାୟତ ରେ ବହୁ କଷ୍ଟସାଧ୍ୟ ହେବା ନେଇ ଅନୁମାନ କରାଯାଉଛି।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ