04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରିରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା…

ମାଲକାନଗିରି (ସଖପ୍ର): ମାଲକାନଗିରିରେ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କର ଚିକିତ୍ସା ନିମନ୍ତେ ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ। ବିନା ଦେୟରେ ରୋଗୀ କରିବେ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ। ଆଜିଠୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ସେବାର ଶୁଭାରମ୍ଭ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଡମା ରାବା। ପୂର୍ବତନ ବିଧାୟକ ମାନସ ମାଡକାମି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ, ପୌରପରିଷଦ ଅଧ୍ୟକ୍ଷ ମୋନାଜ୍ ବାରିକ, ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ କବିତା ମାହୁନ୍ତ,ମାଲକାନଗିରି ଜିଲ୍ଲା ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଯୁଦ୍ଧଦେହିଂ ଡ଼ାକରା। ଅର୍ଥାଭାବରୁ ଘର ଡିହ ବିକି ଦେଉଥିବା ରୋଗୀ ଏବେ ପାଇବେ ମାଗଣା ଚିକିତ୍ସା ସୁବିଧା। ଖୁସି ଜାହିର କଲେ ମାଲକାନଗିରି ଜିଲ୍ଲାବାସୀ|

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *