01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରିରେ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ..

ମାଲକାନଗିରି(ସଖପ୍ର): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବାମ ଦଳଗୁଡ଼ିକ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡକରା ଦିଆଯାଇଥିଲା । ଏହିକ୍ରମରେ ମାଲକାନଗିରିରେ ମଧ୍ୟ ବିଭିନ୍ନ ବାମ ଦଳର ନେତା ଓ କର୍ମୀ ବନ୍ଦକୁ ସଫଳ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ । ସଦର ମହକୁମାର ବାଲିମେଳା ଛକଠାରେ ଧାରଣା ଦେଇଥିଲେ । ଦରଦାମ ଦୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାବେଳେ ଏହି ଦରଦାମ ବୃଦ୍ଧି ସେମାନଙ୍କ ଜୀବନକୁ ଆହୁରି ବିପନ୍ନ କରିଦେଇଛି ବୋଲି ଅଭିଯୋଗ କରିଥିଲେ । ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜେଲ, ପେଟ୍ରୋଲ ଉପରୁ ଅବକାରୀ ଶୁକ୍ଳ ଓ ଭାଟ୍ ହ୍ରାସ କରିବାକୁ ବାମ ଦଳଗୁଡ଼ିକ ଦାବି କରିଥିଲେ । ଏହାସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀର ଦର ବୃଦ୍ଧି ବନ୍ଦ କରିବା, କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ କିମ୍ବା ଗହମ ପ୍ରଦାନ କରିବା ସହ ଖାଇବା ତେଲ, ଡାଲି, ଚିନି, ଚା ଇତ୍ୟାଦି ଥିବା ରାସନ କିଟ୍ ମାଗଣାରେ ଯୋଗାଇ ଦେବାକୁ ଦାବି କରିଥିଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *