ମାଲକାନଗିରିରେ କୃଷି ସମୀକ୍ଷା ବୈଠକ କଲେ କୃଷିମନ୍ତ୍ରୀ…

ମାଲକାନଗିରି(ସଖପ୍ର): ମାଲକାନଗିରି ଗସ୍ତରେ ଯାଇଛନ୍ତି କୃଷିମନ୍ତ୍ରୀ ଡଃ ଅରୁଣ ସାହୁ । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ଏକ କୃଷି ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗଦେଇ କୃଷି ସମୀକ୍ଷା କରିଥିବା ଜଣାପଡିଛି । ଆଜି ସକାଳେ ଏମଭି- ୩ ସ୍ଥିତ ବିଏସଏଫ ହେଲିପ୍ୟାଡରେ କୃଷି ମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ପହଞ୍ଚି ସ୍ଥାନୀୟ ଡିଆରଡିଏ ସଭାଗୃହରେ ଆୟୋଜିତ କୃଷି ସଂପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ସଚିବ ଏସ.କେ ବସିଷ୍ଠା, କୃଷି ନିର୍ଦେଶକ ମୁଥୁ କୁମାର ଉପସ୍ଥିତ ଥିଲେ । ଜିଲ୍ଲାରେ କୃଷି ନିମନ୍ତେ ବିହନ ଏବଂ ସାର ମହଜୁଦ ରହିବା ସହ ଚାଷୀ ଯେପରି ଅଧିକ ଅମଳକ୍ଷମ ଫସଲ ଚାଷ କରିବ ସେନେଇ ଗୁରୁତ୍ବାରୋପ କରାଯାଇଥିଲା । ସେହିପରି ଜିଲ୍ଲାରେ ବାଦାମ , ମାଣ୍ଡିଆ ଭଳି ଚାଷ କରାଯାଉ ଥିବା ବେଳେ ଏହାର ବ୍ୟବସାୟୀକରଣ ମଧ୍ୟ କରାଯାଇଥିବା ମନ୍ତ୍ରୀ କହିଥିଲେ । ଜିଲ୍ଲାରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ମାଲକାନଗିରିର ଜିଲ୍ଲା କୃଷି କ୍ଷେତ୍ରରେ ଆଗରେ ରହିଥିବା କହିଛନ୍ତି ମନ୍ତ୍ରୀ । ଏଥି ସହ ପଶୁ ଚିକିତ୍ସାଳୟ ମତ୍ସ୍ୟ ବିଭାଗରେ କିପରି ଚାଷୀ ବିଭିନ୍ନ ପ୍ରକାର ସୁବିଧା ପାଇବେ ସେନେଇ ଆଲୋଚନା କରାଯାଇଥିଲା । ମାଲକାନଗିରି ଜିଲ୍ଲାକୁ ପଙ୍ଗପାଳକୁ ନେଇ କୌଣସି ଭୟ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ମାଲକାନଗିରିର ଜିଲ୍ଲା ଏବେ ବିକାଶ ପଥରେ ଆଗେଇ ଚାଲିଛି ।