01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରିରୁ ୧୪ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ର ଚାଲାଣ, ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ…

ମାଲକାନଗିରି: ଅନ୍ଧାରରେ ଆସନ୍ତାକାଲିର ଭବିଷ୍ୟତ । ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛି କରୁଣ ବୟସ । ସରକାରଙ୍କ ଅନେକ ଯୋଜନା ରହିଛି କିନ୍ତୁ ସେସବୁରୁ ବଞ୍ଚିତ ଶୈଶବ । ନା ଅଛି ଶିକ୍ଷା ନା ଅଛି ପେଟକୁ ଦାନା । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିଶୁ । ତେବେ ଆଜି ମାଲକାନଗିରି ଜିଲ୍ଲାରେ ଖେଳିଯାଇଛି ଚହଳ ଏବଂ ଦୃଶ୍ୟମାନ ହୋଇଛି ଶିଶୁ ଚାଲାଣର କରୁଣ ସ୍ପଷ୍ଟ ଚିତ୍ର ।ମାଲକାନଗିରିରୁ ୧୪ଶିଶୁ ଶ୍ରମିକଙ୍କୁ ଆନ୍ଧ୍ର ଚାଲାଣ, ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନସୂଚନା ମୁତାବକ ମାଲକାନଗିରି ଜିଲ୍ଲା ପୋଡିଆ ବ୍ଲୋକ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଉଦୟଗିରି ଅଞ୍ଚଳର ୧୪ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିଲା । ଏହାର ଖବର ପାଇ ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ପୋଲିସ ସୀମାନ୍ତରୁ ଏମାନଙ୍କୁ ଉଦ୍ଧାର କରିଛନ୍ତି ।

ଉଦ୍ଧାର ହୋଇଥିବା ଏହି ୧୪ ଜଣ ଶିଶୁଙ୍କୁ ଲଙ୍କା ମରିଚ ଫାର୍ମରେ କାମ କରାଇବା ସହ ଉତ୍ତମ ଭବିଷ୍ୟତର ସ୍ବପ୍ନ ଦେଖାଇ ଦଲାଲ ଆନ୍ଧ୍ରପ୍ରଦେଶକୁ ଚାଲାଣ କରିଥିବା ଜଣାପଡ଼ିଛି ।ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କୁ ସୁକୁମା ପୋଲିସ ସୁକୁମା ଚାଇଲ୍ଡ ଲାଇନ ହାତରେ ହସ୍ତାନ୍ତର କରିଥିଲେ ପରେ ସୁକୁମା ଚାଇଲ୍ଡ ଲାଇନ ମାଲକାନଗିରି ଚାଇଲ୍ଡ ଲାଇନ ପାଖରେ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର ପରେ ଏମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ସହ ଯେଉଁ ଦଲାଲ ଏମାନଙ୍କୁ ଚାଲାଣ କରାଉଥିଲା ତାକୁ ଗିରଫ କରିଯୀବ ବୋଲି ମାଲକାନଗିରି ସି ଡବ୍ଲୁ ସି ଅଧ୍ୟକ୍ଷ ଶ୍ରୀ ପଟନାୟକ କହିଛନ୍ତି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *