11/13/2025

Sabubarga Khabar

All category news

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁସାରେ ନିଜ ନିର୍ବାଚନୀ ମଣ୍ଡଳୀରେ ମାସ୍କ ବଣ୍ଟନ…

ମାଲକାନଗିରି(ସଖପ୍ର):ଆଜି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ନିଜ ନିର୍ବାଚନ ମଣ୍ଡଳୀର ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ଗ୍ରାମରେ ମାସ୍କ୍ ବଣ୍ଟନ କରିଥିଲେ ଏବଂ କରୋନା ମହାମାରୀ ସମୟରେ କିପରି ସାମାଜିକ ଦୂରତା ରକ୍ଷା କରିବେ,ସର୍ବଦା ହାତକୁ କିପରି ସାନିଟାଇଜର କିମ୍ବା ସାବୁନ ରେ ଧୋଇବେ ଓ କିଛି ଭି ଲକ୍ଷଣ ଦେଖାଇଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରିବା ପାଇଁ ବୁଝେଇଲେ ।ଏହି କଠିନ ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ସବୁ ଅସୁବିଧା ଦୂର କରିବାକୁ ପ୍ରତିଶ୍ରୁତିବଦ୍ଧ।ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଗକୁ ଏହି ଜନ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ସବୁ ଅଞ୍ଚଳରେ କରାଯିବ।ଆମେ ସମସ୍ତେ ଏକ ଜୁଟ ହୋଇ ଲଢ଼ିବା ଏବଂ କରୋନା କୁ ହରେଇବା ।ସର୍ବଦା ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ନିୟମାବଳୀ କୁ ମାନିବାବୋଲି ସେ ଜଣାଇଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *