ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦର ସିଂଙ୍କ ନର୍ଲା ବ୍ଲକ୍ ପରିଦର୍ଶନ

କଳାହାଣ୍ଡି/ନର୍ଲା(ସଖପ୍ର): ଆଜି ତା ୦୪-୦୭-୨୧ ରିଖ ରବିବାର ଦିନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦର ସିଂହ ପ୍ରଥମେ ନର୍ଲା ବ୍ଲକ ଅନ୍ତର୍ଗତ ଉଳିକୁପା ଗ୍ରାମର ନିର୍ମାଣାଧିନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ପରେ କୋଭିଡ଼ ମହାମାରୀରେ ମୃତୁବରଣ କରିଥିବା ପରିବାର ଗୁଡିକୁ ସାକ୍ଷାତ କରି ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସ୍ୱନ୍ତନା ଦେଇଥିଲେ ଉଳିକୁପା ଗ୍ରାମର ସ୍ବର୍ଗତ ଡମ୍ବରୁ ଧର ଗଉଡ଼,ରାତୁଳ ଗ୍ରାମର ସ୍ବର୍ଗତ ହୀରା ଧର ସାହୁ,ସ୍ବର୍ଗତ ସନ୍ତୋଷ ସାହୁ, ସାନ୍ତପୁର ଗ୍ରାମର ସ୍ବର୍ଗତ ପ୍ରମିଳା ସା ,ସ୍ବର୍ଗତ ମୁକୁଲ କିଶୋର ସା, ସ୍ୱର୍ଗତ ମଥୁରା ସା ,ସ୍ବର୍ଗତ କସ୍ତୁରୀ ସାହୁ, ଗୋହରିଆ ପଦର ଗ୍ରାମର ସ୍ବର୍ଗତ ରାଜେଶ ସାହୁ,ଉଫେର ଗ୍ରାମର ସ୍ବର୍ଗତ ମଧୁ ସାହୁ,ସ୍ବର୍ଗତ କ୍ଷମା ରଣା ନିଶାନପୁରଙ୍କ ପରିବାର ବର୍ଗଙ୍କ ସହିତ ସାକ୍ଷାତ କରିଥିଲେ। ଏହାପରେ ବିଧାୟକ ମହୋଦୟ ନର୍ଲା ପଞ୍ଚାୟତ ହାଇସ୍କୁଲ ଠାରେ ନିର୍ମାଣ ଧୀନ ସ୍ମାର୍ଟ ସ୍କୁଲ ପାଠାଗାର,ତୁଲାପଡା ଠାରେ ନିର୍ମାଣ ଧୀନ ସ୍ମାର୍ଟ ସ୍କୁଲ ପାଠାଗାର ପରିଦର୍ଶନ କରି ଉର୍ଣ୍ଣତ ଧରଣର କରିବା ସହିତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପନ କରିବା ହେତୁ ବିଭାଗୀୟ ଯନ୍ତ୍ରି, କନିଷ୍ଠ ଯନ୍ତ୍ରି ଙ୍କୁ ନିର୍ଦେଶ ଦେଇଥିଲେ। ନର୍ଲା ସ୍କୁଲଠାରେ ବୃକ୍ଷ ରୋପଣ କରି ସ୍କୁଲପରିସରକୁ ସବୁଜିମା ରଖିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ,ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଦେଶ ଦେଇ ଥିଲେ ।ଏଥି ସହିତ ତୁଲାପଡା ବିଜୟନନ୍ଦ ପଞ୍ଚାୟତ କଲେଜ ପରିଦର୍ଶନ କରିଥିଲେ ,କୋଭିଡ଼ରେ ପୀଡିତ ଅନେକ ପରିବାର ବର୍ଗଙ୍କ ସହିତ ଯାଇ ସାକ୍ଷାତ କରି ସୁଖଃ ଦୁଖଃରେ ସାମିଲ ହୋଇଥିଲେ। ବାଲିପଡା ଠାରେ ନବ ନିର୍ମିତ SBI ATM ଶ୍ରୀ ସିଂହ କର କମଲରେ ଉଦ୍ଘାଟନ କରି ଲୋକାର୍ପିତ କରିଥିଲେ ।ଅଞ୍ଚଳ ବାସି ବହୁ ଆନନ୍ଦର ସହିତ ବିଧାୟକ ମହୋଦୟଙ୍କୁ ସ୍ୱାଗତ ଜଣେଇ ATM ଲୋକାର୍ପିତ କରିଥିବାରୁ ଧନ୍ୟବାଦ ଜଣେଇବା ସହିତ ଆଗାମୀ ଦିନରେ ବାଲିପଡା ଠାରେ ଏକ SBI ବ୍ୟାଙ୍କ ଶାଖା ଖୋଲିବାକୁ ବିଧାୟକଙ୍କ ଚେଷ୍ଠା ବଳବତ୍ତର ରହୁ ବୋଲି ନିବେଦନ କରିଥିଲେ।
କଳାହାଣ୍ଡି ପ୍ରତିନିଧି ଲକ୍ଷ୍ମୀକାନ୍ତ ଖମାରୀ