ମାନବିକତା ଭୁଲି କୁମ୍ଭୀର ମାଂସ ଖାଇଲେ ଲୋକେ…
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ କଲାଦାପାଲି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି |ଲୋକେ ସାବେରି ନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ସେଠାରେ ଗୋଟିଏ କୁମ୍ଭୀରକୁ ଦେଖି ତାକୁ କାବୁକରି ଗାଁକୁ ଆଣିଥିଲେ |ତାକୁ ବାନ୍ଧି ସେମାନେ ଗୋଟିଏ କୟାଁ ଗଛରେ ଟାଙ୍ଗିଥିଲେ |ପରେ ତାର ଗୋଡ଼କୁ କାଟି ମାଂସ ଖାଇଥିଲେ |ଏହି ଖବର ପାଇ ସେହି ଅଂଚଳର ରେଞ୍ଜର ରାମଚନ୍ଦ୍ର ମାଡକାମୀ ଯାଇ ତଦନ୍ତ ଆରମ୍ଭ କରିଥିଲେ |କିନ୍ତୁ କିଏ ସେ କୁମ୍ଭୀରକୁ ଧରି ଆଣିଛି ଓ କେଉଁମାନେ ମାଂସ ଖାଇଛନ୍ତି ଲୋକମାନେ ଆମେ କିଛି ଜାଣିନୁ ବୋଲି କହିଥିଲେ |କିଛି ଦିନ ତଳେ କୁମ୍ଭୀର ନୃଶଂସ ହୋଇ ପିଲାଟିକୁ ମାରିଦେଇଥିଲା କିନ୍ତୁ ଏବେ ମଣିଷ ନୃଶଂସ ହୋଇଛି |ଏହାର ଠିକ ଭାବେ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ପରିବେଶବିତ ଓ ମାନବିକଅଧିକାର କର୍ମୀମାନେ ଦାବି କରିଛନ୍ତି |