November 18, 2025

Sabubarga Khabar

All category news

ମାଥିଲି ବ୍ୟବସାୟୀ ସଙ୍ଘ ତରଫରୁ ଦୋକାନ ଖୋଲିବାକୁ ପ୍ରଶାସନ ପାଖରେ ଅନୁରୋଧ…

ମାଲକାନଗିରି (ସ.ଖ.ପ୍ର): ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ପନ୍ଦର ଦିନ ତଳେ ୫ ଜଣ କରୋନା ଆକ୍ରାନ୍ତ ହେବା ପରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ମାଥିଲିର ସମସ୍ତ ଦୋକାନ ବଜାର ବନ୍ଦ କରିଦିଆଯାଇଥିଲା |୫ ଜଣ କରୋନା ଆକ୍ରାନ୍ତ ହେବାର କିଛି ଦିନର ବ୍ୟବଧାନ ପରେ ପୁଣି ଗୋଟିଏ ଦିନରେ ୨୫ ଜଣ କରୋନା ପୋଜିଟିଭ ଚିହ୍ନଟ ହେବାରୁ ସମ୍ପୂର୍ଣ୍ଣ ମାଥିଲି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି |ଅତି ଆବଶ୍ୟକତା ଜିନିଷ ବିକ୍ରି ଦୋକାନ ଯଥା ଗ୍ରୋସରୀ ଦୋକାନ, କ୍ଷୀର ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିବାକୁ ପ୍ରଶାସନ ତରଫରୁ ମନା କରାଯାଇଛି |ଏପରିକି ସାପ୍ତାହିକ ହାଟ ମଧ୍ୟ ବନ୍ଦ କରାଯାଇଛି |ଯେଉଁ ପରିବାର ଛୋଟ ଛୋଟ ଦୋକାନ ସାପ୍ତାହିକ ହାଟ, ଦୈନିକ ବଜାରରେ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ସେମାନଙ୍କ ଜୀବିକା ଏକ ରକମ ଠପ ହୋଇଯାଇଛି |ଗରିବ ପରିବାରକୁ ସରକାରୀ ସାହାଯ୍ୟ ପାଇ କିଛି ପରିମାଣରେ ଅସୁବିଧା ଲାଘବ ହୋଇଥିଲେ ମଧ୍ୟ ଅନେକ ମଧ୍ୟବିତ୍ତ ପରିବାର ପ୍ରତିପୋଷଣରେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଦୀର୍ଘ ୧୬ ଦିନ ହେଲାଣି ଏମାନଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବl ଫଳରେ ସେମାନଙ୍କ ସ୍ୱାଭିମାନକୁ ଆଞ୍ଚ ଆସିବା ଲାଜରେ ଅସୁବିଧା ବିଷୟରେ କାହାକୁ ବି କିଛି କହିପାରୁ ନ ଥିବା ଦେଖାଯାଉଛି |ଶନିବାର ଦିନ ମାଥିଲିର କେତେକ ବ୍ୟବସାୟୀ ଦୀପକ ଦେ, ଶାମ୍ଭlମୂର୍ତି, ଶ୍ରୀକାନ୍ତ ଚୌଧରୀ, ବୈକୁଣ୍ଠ ରାଓ,ଗୋପୀ, ଶ୍ରୀ ରାମୁଲୁ,ନୀଳି ଦୋକାନ ଖୋଲିବା ପାଇଁ ମାଥିଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ମାଥିଲି ଦାୟିତ୍ୱରେ ଥିବା ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକ, ସରପଞ୍ଚ ଗୌରୀ ବାଟେ, ପିଇଓ ଅଶୋକ ମହାରଣାଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ |ଜିଲ୍ଲା ପ୍ରଶାସନକୁ ଜଣାଇଲାପରେ ଶେଷ ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି ତହସିଲଦାର ସଙ୍ଘକୁ ବୁଝାଇଥିଲେ |

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.