Skip to content
- ମାଲକାନଗିରି (ସଖପ୍ର ): ମାଲକାନଗିରି ଜିଲା ମାଥିଲି ଉତ୍କଳମଣୀ ଗୋପବନ୍ଧୁ ଜୁନିୟର କଲେଜରେ ବ୍ୟାପକ ଘୋଟାଲା ଘଟଣାରେ କଲେଜ ହଷ୍ଟେଲ ପରିସରରେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ନିଜ ଉପରୁ ଦୋଷ ଛଡାଇବା ଲାଗି କଲେଜ କର୍ତ୍ତପକ୍ଷ ପ୍ରୟାସ କରିଥିଲେ । ତେବେ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ସଠିକ୍ ଉତ୍ତର ରଖିପାରିନଥିଲେ ସଭାପତି । ମାଥିଲି କଲେଜର ସଭାପତି ଉଦନାଥ ମାଦ୍ରୀ ଏବଂ ସମ୍ପାଦକ ଜୀବନ ସାହୁ ଙ୍କ ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ ଜନକ ଉତ୍ତର ମିଳିପାରିନଥିଲା । କିଛି ସାମ୍ବାଦିକ ନିର୍ଧିଷ୍ଟ ଭାବେ ନିଜେ ନିଜେ କଲେଜ ଫଣ୍ତରୁ ଲକ୍ଷାଧିକ ଟଙ୍କା ଚେକ୍ ମାଧ୍ୟମରେ ଉଠାଇ ନେଇଥିବା କଲେଜ ସମ୍ପାଦକ ଏବଂ ସଭାପତିଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ଏ ସମସ୍ତ ବିଷୟରେ ମୁଁ ଜାଣିନି , ମୁଁ ଖାଇନି କହି କଥାକୁ ଉଭୟେ ଏଡାଇ ଦେଇଥିଲେ । ତେବେ ଏହାର ଜବାବ ରଖିବାକୁ କହିବାରୁ , ସଂପୃକ୍ତ କିଛି କର୍ମଚାରୀ ସଭାପତି ଏବଂ ସମ୍ପାଦକଙ୍କ ନାମରେ ଚ୍ୟାକ୍ ଇସ୍ୟୁ କରି ଅର୍ଥ ଉଠାଇଥିବା କହି କର୍ମଚାରୀଙ୍କ ମୁଣ୍ତରେ ଅଠା ବୋଳିଥିଲେ । ଅନିୟମିତତା ଭାବେ ବୋର୍ଡ ବୈଠକ ହୋଇଥିବା ସ୍ବୀକାର କରିଥିଲେ । ତେବେ ଜରୁରୀକାଳିନ ଥିବାରୁ ନିଜ ନିଜ ମଧ୍ୟରେ ଆଲୋଚନା କରି ରେଜୁଲେସନ୍ ପାସ କରିଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ଯେଉଁ ଘୋଟାଲା ସମ୍ପର୍କରେ ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି ତାହା ସମ୍ପୂର୍ଣ୍ଣ ଠିକ୍ ନାହିଁ । ୧୫ ଲକ୍ଷ ଟଙ୍କା ହେରଫେର ଘଟଣାକୁ ଉଭୟେ ଖଣ୍ତନ କରିଛନ୍ତି । କଲେଜ ବାବଦରେ ଏବଂ ଅନ୍ୟନ୍ୟ ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଛି । ତେବେ ଆଗାମୀ ଖୁବ କମ୍ ଦିନ ମଧ୍ୟରେ ଗଣମାଧ୍ୟମ ସମ୍ଭୁଖରେ ଏହି ତଥ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ମାଥିଲି କଲେଜରେ ବ୍ୟାପକ ଦୁର୍ନୀତି ଖବର ଲୋକଲୋଚନକୁ ଆସିଛି । ଏ ସମ୍ପର୍କରେ ସଂପୃକ୍ତଥିବା କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କହି ସେହି ସମୟର ଘଟଣାକୁ କଲେଜ କର୍ତ୍ତୃପକ୍ଷ ଚପାଇ ଦେଇଛନ୍ତି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଅର୍ଥ ହେରଫେର ହୋଇଛି । ଏହାକୁ ପ୍ରତିବାଦ କରିବାରୁ କିଛି କର୍ମଚାରୀଙ୍କୁ ବାହାର କରିଦେବୁ କହି ଧମକ ମିଳୁଥିବା ଅଭିଯୋଗ ହୋଇଛି । କିଛି ଖୁଜି ନେତାମାନେ କଲେଜକୁ ପାଥେୟ କରି ଅର୍ଥ ହରିଲୁଟ କରିବାର ଏକ ମାଧ୍ୟମ କରୁଛନ୍ତି । ଏଥିରେ କଲେଜ ର କିଛି କର୍ମଚାରୀ ମଧ୍ୟ ସମର୍ଥନ କରି ହାତଗୁଞ୍ଜା ଦେଇ ନୂତନ ଅଧ୍ୟକ୍ଷ ହେବାର ଷଡଯନ୍ତ୍ର କରୁଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
ସବୁବର୍ଗ ଖବର