ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ 108 ଆମ୍ବୁଲାନ୍ସ ସେବା ଆରମ୍ଭ ହେବାର ଆଠ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 108 ଆମ୍ବୁଲାନ୍ସ ସେବାର ସମସ୍ତ କର୍ମଚାରୀ, ଡାକ୍ତର ଅମୟ କୁମାର ସ୍ୱାଇଁ, କେତେକ ସ୍ଥାନୀୟ ଯୁବକମାନଙ୍କ ଠାରୁ (27) ସତେଇଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା 108 ଆମ୍ବୁଲାନ୍ସ ସେବାର ମ୍ୟାନେଜର ବାଳକୃଷ୍ଣ ଚୌଧୁରି, ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କୋପେ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଞ୍ଜନ, ସମାଜସେବୀ ଆନନ୍ଦ ଚାର୍କି, ଯୁବ ସମାଜସେବୀ ଜୟନ୍ତ କୁମାର ବେହେରା ଉପସ୍ଥିତ ଥିଲେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ