ମାଡ଼ ଖାଇ ଡାକ୍ତରଖାନାରେ ଭର୍ତ୍ତି ଭଣ୍ଡ ବାବା !
ଭଦ୍ରକ ୩/୧୧ (ସ୍ପା) ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିସ୍ତୁକ ମାଡ ଖାଇ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ହୋଇଛି ଜଣେ ଭଣ୍ଡ ବାବ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚୂଡ଼ାମଣି ସାମୁଦ୍ରିକ ଥାନା ଅଞ୍ଚଳରେ | ସୂଚନା ଅନୁଯାୟୀ, ଭଣ୍ଡବାବା ଜଣେ ନିଃସନ୍ତାନ ଦମ୍ପତିଙ୍କୁ ବିଭିନ୍ନ ଆଳରେ ପ୍ରଲୋଭନ ଦେଖାଇ ବାବା ଜଣକ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା | ପରେ ଗତକାଲି ରାତିରେ ବାବାଙ୍କୁ କିଛି ଗ୍ରାମବାସୀ ଘେରିବା ସହ ନିର୍ଧୁମ ଛେଚି ଥିବା ସୂଚନା |