ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ଉଦଘାଟିତ

ନବରଙ୍ଗପୂର (ସଖପ୍ର) : ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର କର୍ଚାମାଲ ଠାରେ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମଧୁର ଜଳ ଜୀବ ପରିପାଳନ ସଂସ୍ଥାନ ଭୁବନେଶ୍ୱରର ନିର୍ଦ୍ଦେଶକ ଡ ସରୋଜ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ନବନିର୍ମିତ ଯାଆଁଳ କେନ୍ଦ୍ର ସ୍ଥାପନ ଦ୍ଵାରା ନବରଙ୍ଗପୁରରେ ମାଛ ଜାଆଁଳ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ପଡୋଶୀ ଜିଲ୍ଲା ଓ ଛତିଶଗଡର ମାଛ ଚାଷୀ ମାନଙ୍କୁ ଅଧିକ ଲାଭ ଯୋଗାଇ ପାରିବ ବୋଲି କହିଥିଲେ । ଏହି ପ୍ରକଳ୍ପର ବୈଜ୍ଞାନିକ ଡଃ ନଗେଶ ବାରିକ ଯୋଗ ଦେଇ ଜିଲ୍ଲାରେ ଅବସ୍ଥିତ ୫ଟି ଜାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ଦ୍ଵାରା ପ୍ରାୟ ୨୫ କୋଟି ମାଛ ଜାଆଁଳ ଉତ୍ପାଦନ ହୋଇ ପାରିବ ବୋଲି କହିଥିଲେ । ଏହା ବ୍ୟତୀତ ଜିଲ୍ଲାରେ ମାଛ ଚାଷରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ସେ କହିଥିଲେ । କର୍ଚାମାଲର ସରପଞ୍ଚ ଉମାଦେବୀ ଉପସ୍ଥିତ ରହି ଏହି କେନ୍ଦ୍ର ସ୍ଥାପନ ଦ୍ଵାରା ମହିଳା ମାନଙ୍କ ଆୟ ଦୁଇଗୁଣ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ବୈଜ୍ଞାନିକ ଡଃ ପଦ୍ମନାଭ ରାଉତରାୟ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁନ୍ୱର୍ ମାରଣ୍ଡି, ଜିଲ୍ଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପର କ୍ରିୟା ନୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି, ଉଦ୍ଦ୍ୟୋଗୀ କ୍ଷୀରୋଦ ନାୟକ ସମେତ ଧଣ୍ଡ ଦରୁନି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟା ଓ ମାଛ ଚାଷୀ ମାନେ ଉପସ୍ଥିତ ଥିଲେ ।
ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ