02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ପାହାର; ମାଗଣା ପ୍ରତିଶ୍ରୁତି ଉପରେ କଟକଣା ଲଗାଇବାକୁ କଡ଼ା ନିର୍ଦ୍ଦେଶ

ସବୁବର୍ଗ ଖବର ବ୍ୟୁରୋ : ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ଉପହାର ଓ ଯୋଜନା ଦେଇ ଭୋଟ ମାଗିଥାନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଏକ ଆବେଦନ ଉପରେ ଆଜି ଶୁଣାଣୀ କରିଥିଲେ । ଶୁଣାଣି କରି କୋର୍ଟ ମୁଖ୍ୟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଛନ୍ତି । ଏଭଳି ପ୍ରତିଶ୍ରୁତି ଉପରେ କଟକଣା ଲଗାଇବାକୁ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି କୋର୍ଟ ।

ଆବେଦନରେ ଏକଥା ଦାବି କରାଯାଇଛି ଯେ, ମାଗଣା ଉପହାର ଓ ଯୋଜନାକୁ ଲାଞ୍ଚ ଭାବେ ଘୋଷଣା କରାଯାଉ । ତେବେ ଆବେଦନକାରୀ ଏକଥା ମଧ୍ୟ କହିଥିଲେ ଯେ ମାଗଣା ଉପହାର ପ୍ରତିଶ୍ରୁତି ଦ୍ବାରା  ଆର୍ଥିକ ବୋଝ ବଢ଼ୁଛି । ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ଉପହାର ଓ ଯୋଜନା ଦେଇ ଭୋଟ ମାଗିଥାନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଏକ ଆବେଦନ ଉପରେ ଆଜି ଶୁଣାଣୀ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *