07/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଓ ପ୍ରବଣ ଚନ୍ଦ୍ରପୁର ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲାର ମାଓ ପ୍ରବଣ ଚନ୍ଦ୍ରପୁର ବ୍ଲକର ଡାଙ୍ଗଷୋରଡା ପଂଚାୟତର ୟୁଗପୋଦର ଗ୍ରାମରୁ ବିଜୁ ଜନତା ଦଳ ତରଫରୁ ଏକ ଜନସମ୍ପର୍କ ପଦଯାତ୍ରା ସାଙ୍ଗକୁ ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚନ୍ଦ୍ରପୁର ବ୍ଲକ ବି ଜେ ଡି ସଭାପତି ଶ୍ରୀ ପ୍ରମୋଦ ସାହୁକାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗୋମାଙ୍ଗ ରାୟଗଡା ଜ଼ିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଶ୍ରୀ ଗଗନ ଆଚାର୍ଯ୍ୟ,ଚନ୍ଦ୍ରପୁର ବ୍ଲକ ଅଧକ୍ଷା ସଂଯୁକ୍ତା ପ୍ରତିଙ୍ଗା, ଡାଙ୍ଗଷୋରଡା ସରପଞ୍ଚ ଧନୁମାଝି କୁଂମ୍ବୁରିକା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ସାଙ୍ଗକୁ ବହୁ ବିଜୁଯୁବବାହିନୀ ସଭ୍ୟ ଯୋଗ ଦେଇଥିଲେ। ଦଳ କିପରି ମଜବୁତ ହେବ ସେଥି ନିମନ୍ତେ ଆଲୋଚନା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *