05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଓବାଦୀ  ପୋଡିଲେ  ୧୦ରୁ ଊର୍ଦ୍ଧ୍ବ ଗାଡି…

ମାଲକାନଗିରି: ଲାଲଗଡରେ ପୁଣି ମାଓବାଦୀଙ୍କ ତାଣ୍ଡବଲୀଲା । ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରି ୧0ରୁ ଊର୍ଦ୍ଧ୍ବ ଗାଡି ପୋଡିଛନ୍ତି ମାଓବାଦୀ । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ଦାନ୍ତେୱାଡାର କିରନଣ୍ଡୁଲ ଅଞ୍ଚଲରେ । ଦିନଦ୍ବିପ୍ରହରେ ଏହି କାଣ୍ଡ ଘଟାଇଛନ୍ତି ଲାଲବାହିନୀ |

ସୂଚନାନୁସାରେ, ସରକାରଙ୍କ ଉନ୍ନୟମମୂଳକ କାର୍ଯ୍ୟକୁ ବିରୋଧ କରି କିରନଣ୍ଡୁଲ ଏସାର କମ୍ପାନୀରେ ଲାଗିଥିବା ନାଇଡୁ କନଷ୍ଟ୍ରକସନର ୧0ରୁ ଊର୍ଦ୍ଧ୍ବ ଗାଡି ମାଓବାଦୀ ପୋଡିଛନ୍ତି । ଲାଲବାହିନୀର ଶତାଧିକ ବନ୍ଧୁକଧାରୀ ଏହି କାଣ୍ଡ ରଚାଇଥିବାବେଳେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଘଟଣାସ୍ଥଳକୁ ଡିଆରଜି ବାହିନୀ ଟିମ୍‌କୁ ପଠାଇଯାଇଛି ।

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *