ମାଓପ୍ରବଣ ଦୁର୍ଗମ ପାହାଡିଆ ଅଞ୍ଚଳ ବଡ ଡୁରାଲ୍ ଗ୍ରାମ ପଞ୍ଚାୟତର ଅନ୍ ଗେଲ ଗ୍ରାମ ଗ୍ରସ୍ତରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ …
ମାଲକାନଗିରି : ମାଲକାନଗିରି ଓ କୋରାପୁଟ ମଧ୍ୟ ଭାଗରେ ଥିବା ପାହାଡିଆ ଦୁର୍ଗମ ଅଞ୍ଚଳ ଖଇରପୁଟ ବ୍ଲକ ର ବଡ ଡୁରାଲ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ ଗେଲ୍ ଗ୍ରାମ ଠାରେ ତୃତୀୟ ବାର୍ଷିକ ହିମୋନିୟଲ ଉତ୍ସବ ୨୦୨୦ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ମାଲକାନଗିରି ଜିଲ୍ଲା ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ୫୦୦ ରୁ ଉର୍ଦ୍ଧ୍ବ ଗଦବା ଓ ବଣ୍ଡା ରମଣୀମାନଙ୍କୁ ସିତ ବସ୍ତ୍ର ବଣ୍ଟନ କରିଛନ୍ତି । ବହୁ ବର୍ଷ ବର୍ଷ ଧରି କୌଣସି ଉଚ୍ଚ ପଦସ୍ଥ ଲୋକ ପ୍ରତିନିଧି ସେହି ଅଞ୍ଚଳକୁ ଯାଉ ନ ଥିବାବେଳେ କିନ୍ତୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଉକ୍ତ ଦୁର୍ଗମ ପାହାଡିଆ ନକ୍ସଲ ପ୍ରବଣ ଅଞ୍ଚଳଗ୍ରସ୍ତ କରିଥିବାରୁ ସେଠାକାର ଅଞ୍ଚଳ ବାସୀଙ୍କ ମନରେ ଆନନ୍ଦ ,ଖୁସିର ଲହରୀ ଖେଳିଯିବା ସହ ବିକାଶ ର ଆଶା ବାନ୍ଧିଛି । ଅଧ୍ୟକ୍ଷ ମାନସ ମାଡ଼କାମୀଙ୍କୁ ପାଖରେ ପାଇ ସେହି ଅଞ୍ଚଳର ରାସ୍ତାଘାଟ ,ବିଜୁଳି ,ପାନୀୟ ଜଳ , ମୋବାଇଲ ଟାୱାର ନେଟୱର୍କ ପାଇଁ ଓ ବିଶେଷ କରି ଉକ୍ତ ପାହାଡିଆ ଅଞ୍ଚଳର ଜୀବନ ଜୀବିକା ନିର୍ବାହ ପାଇଁ କଦଳୀ ଓ କାଜୁ ଚାଷ ପାଇଁ ସ୍ଥାନୀୟ ଯୁବକ ଯୁବତୀ ,ସ୍ବୟଂ ସହାୟକ ମହିଳା ଓ ବୁଦ୍ଧିଜୀବିମାନେ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମାଡକାମୀଙ୍କୁ ଦାବି ଜଣାଣିଛନ୍ତି । ଉକ୍ତ ଅଞ୍ଚଳ ବାସୀଙ୍କ ଦାବିକୁ ଓ ଉକ୍ତ ଅଞ୍ଚଳର ବିକାଶକୁ ରାଜ୍ୟ ସରକାରଙ୍କୁ ଜଣାଇ ବାରମ୍ବାର ଏହି ଅଞ୍ଚଳ ଗ୍ରସ୍ଥ କରି ସମସ୍ତ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ କୋରାପୁଟ ଜିଲ୍ଲାର ରାଜେନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ବିଶିଷ୍ଠ ସମାଜସେବୀ ପ୍ରଭାକର ହନ୍ତାଳ ,ମାଲକାନଗିରି ବ୍ଲକ ସଦର ବିଜେଡି ସଭାପତି ସର୍ବ କୁମାର ବିଶୋଇ ,କୋରାପୁଟ ମା ଘର ସଭାନେତ୍ରୀ ରୀନା ନାୟକ ,କୋରାପୁଟ ଟି .ଏସ. ଏନ ମୂର୍ତି ପ୍ରମୁଖ ଉପସ୍ଥିତ ଥିଲେ
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )