ମହାରାଷ୍ଟ୍ର ସରକାର ବିରୋଧରେ ହିନ୍ଦୁ ମହାସଂଘର ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର(ସଖପ୍ର): ଆର୍ ଭାରତର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିବା ଘଟଣାକୁ ପ୍ରତିବାଦ କରି ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧ କରାଯାଇଛି। ସମ୍ମିଳନୀରେ କେନ୍ଦ୍ରୀୟ ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର, ଆଇନ୍ ପ୍ରକୋଷ୍ଠ ସଂଯୋଜକ ଅରୁଣ ପ୍ରସନ୍ନ ନାୟକ ଏବଂ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ରବିନାରାୟଣ ମହାନ୍ତି ଉପସ୍ଥିତ ଥିଲେ। କେନ୍ଦ୍ରୀୟ ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର କେନ୍ଦ୍ର ସରକାରଙ୍କ ନିକଟରେ ମହାରାଷ୍ଟ୍ର ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବରଖାସ୍ତ କରିବାକୁ ତଥା ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବୀ କରିଛନ୍ତି। କଂଗ୍ରେସ ଏବଂ ଶିବସେନାର ମିଳିତ ସରକାର ରାଷ୍ଟ୍ରବାଦୀ ଏବଂ ହିନ୍ଦୁତ୍ବ ବାଦୀ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ସେ ଦୋଷାରୋପ କରିଛନ୍ତି। ଆଇନ୍ ପ୍ରକୋଷ୍ଠ ସଂଯୋଜକ ଅରୁଣ ପ୍ରସନ୍ନ ନାୟକ ଅଭିଯୋଗ କରିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଅଟେ। କଂଗ୍ରେସ ଏବଂ ଶିବସେନା ପ୍ରତିଶୋଧ ପରାୟଣ ହୋଇ କ୍ଷମତାର ଦୁରୁପଯୋଗ କରି ଅର୍ଣ୍ଣବଙ୍କୁ ଗିରଫ କରାଇଛନ୍ତି। ଆଗାମୀ ଦିନରେ ହିନ୍ଦୁ ମହାସଂଘ ଓଡ଼ିଶା ତଥା ଓଡ଼ିଶା ବାହାରେ ଯେଉଁ ଯେଉଁ ଅଂଚଳରେ ହିନ୍ଦୁ ମହାସଂଘର ଶାଖା ଅଛି ଗଣତାନ୍ତ୍ରିକ ପଦ୍ଧତିରେ ମହାରାଷ୍ଟ୍ର ସରକାର ବିରୋଦ୍ଧରେ ବିରୋଧ କରାଯିବ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଛନ୍ତି।