01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମହାମାରୀ କରୋନାର ମୁକାବିଲା ପାଇଁ ଦେବଦୂତ ସାଜିଛନ୍ତି ଗୁଡାରି ଅଞ୍ଚଳର ସରକାରୀ କର୍ମଚାରୀ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମହାମାରୀ କରୋନା ଭୁତାଣୁକୁ ଗୁଡାରି ଅଂଚଳରେ ପ୍ରବେଶ କରେଇ ନଦେବା ପାଇଁ ଗୁଡାରି ବ୍ଲକର ସମସ୍ତ ବିଭାଗର ପ୍ରମୁଖ କର୍ମଚାରୀମାନେ ଦେବଦୂତ ସଦୃଶ୍ୟ ଦିନରାତି ଜାଗ୍ରତ ପ୍ରହରୀ ଭଳି ଗୁଡାରି ସହର ସହ ଗୁଡାରି ବ୍ଲକର ୯ଗୋଟି ଗ୍ରାମପଞ୍ଚାୟତରେ ଅକ୍ଲାନ୍ତ ପରିଶ୍ରମ କରି କୋରନାକୁ “ନା” କହିଛନ୍ତି। ପ୍ରଶାସନଙ୍କ “ଲକଡାଉନ” ପ୍ରଣୟନ ଦିନଠାରୁ ଆଜିପର୍ଯ୍ୟନ୍ତ ଗୁଡାରି ପୋଲିସ ଅକ୍ଲାନ୍ତ ପରିଶ୍ରମକରି ଦିନରାତି ଜାଗ୍ରତ ପହରି ଭଳି କାମ କରୁଛନ୍ତି। ଗୁଡାରି ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡ଼ିଆ, ଏ.ଏସ.ଆଇ. ଉମାକାନ୍ତ ଶବର, ଏସ.ଆଇ.ଛବି ରାଣୀ ହେଁବ୍ରେମ୍ବ,ପୁରୁଷୋତ୍ତମ ଯାନୀ, କେ.ଲୋକନାଥ ଦୋରା,ଏଲ.ଏନ.ଯାନୀ, ପୋଲିସ ଆନନ୍ଦ ଚନ୍ଦ୍ର ବାଉରୀ, ଗୋପୀନାଥ କାଡ୍ରାକା,ଖଗପତି ମୁଦୁଲି ଏବଂ ସମସ୍ତ ଗୃହରଖି ଏବଂ 4th ବାଟାଲିୟନର ସମସ୍ତ ସି.ଆର.ପି.ଏଫ. ଯବାନଙ୍କ ଅକ୍ଲାନ୍ତ ପରିଶ୍ରମ, ତାଙ୍କ ସହିତ ଗୁଡାରି ତହସିଲଦାର ଭରତୀ ଦେବୀଙ୍କ ଅବଦାନ ମଧ୍ୟ ଗୁଡାରି ପ୍ରତି ଅତୁଳନୀୟ ଅଟେ।
ଗୁଡାରି ଡାକ୍ତରି ଦଳ ପକ୍ଷରୁ ଆମକୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ଯୋଗାଇଦେଇଥିବା ଡାକ୍ତର ମାନଙ୍କ ମଧ୍ୟରେ ଗୁଡାରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଅରୁପା ନନ୍ଦ ବେହେରା ସମେତ ଡାକ୍ତର ବିଶ୍ଵଜିତ ବେହେଲ,ସ୍ୱୟଂ ରଞ୍ଜନ ପାତ୍ର, ଶୁଭାଶିଷ ବେହେରା, ନିହାର ରଞ୍ଜନ ରଣସିଙ୍ଗ, ସିଦ୍ଧାର୍ଥ ଚନ୍ଦନ ଜେନାମଣି, ପ୍ରସାଦ ଗୌଡ଼, ବିଶ୍ୱ ରଞ୍ଜନ ପାଣିଗ୍ରାହୀ, ଗୌରବ କୁମାର ସାହୁ, ସ୍ମୃତି ରଞ୍ଜନ ସେନ, ସୁକାନ୍ତ ନାୟକ, ଦିପ୍ତୀମୟୀ କାଳୁ, ସ୍ନିଗ୍ଧା ସାହୁ ସହ ହୃଷିକେଶ ସ୍ୱାଇଁ ଏବଂ ସମସ୍ତ ମେଡିକାଲ କର୍ମଚାରୀ, ସମସ୍ତ ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶା କର୍ମୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ଗୁଡାରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ସେହିପରି ଗୁଡାରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସେବାରେ ମଧ୍ୟ ଅତୁଳନୀୟ ଅବଦାନ ରହିଛି। ବିଡିଓ ନୃସିଂହ ଚରଣ ସେଠି ତାଙ୍କୁ ସାହାଯ୍ୟ ଦେଇଛନ୍ତି। ବିଭାଗର ଅଫିସର ମାନଙ୍କ ମଧ୍ୟରେ ଜି.ପି.ଓ. ଦଣ୍ଡାସି ମାଣ୍ଡାଙ୍ଗି, ଅଫିସ ଆକାଉଣ୍ଟନଟ ଶାନ୍ତି ପ୍ରଭା ମହାନ୍ତି, ଏ.ପି.ଓ.ବିସିକେସନ ଲିମା, ଜଳ ଏବଂ ପରିମଳ ବିଭାଗ ନିର୍ବାହି ଯନ୍ତ୍ରୀ ନୀଳମାଧଵ ପଣ୍ଡା ଏବଂ ସମସ୍ତ ବ୍ଲକ କର୍ମଚାରୀ,ସମସ୍ତ ସମିତି ସଭ୍ୟ, ସରପଞ୍ଚ ଏବଂ ଗୁଡାରି ବ୍ଲକ ଅଧ୍ୟକ୍ଷା ଶାନ୍ତି ଜାଗାରଙ୍ଗା ଅକ୍ଲାନ୍ତ ପରିଶ୍ରମ କରିଥିବା ବେଳେ ଗୁଡାରି ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜନ କାର୍ଯ୍ୟକ୍ରମ ଗତ ୫ଦିନହେଲା ଗୁଡାରି ତଥା ସମସ୍ତ ପଂଚାୟତରେ ସିଞ୍ଚନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅଗ୍ନିଶମ ବିଭାଗର OIC ନାରାୟଣ କାର୍ଜି, ଫାୟାର ମ୍ୟାନ ମଙ୍ଗୁଲୁ ଚରଣ ପରିଡା,ବିଭୁତି ଭୂଷଣ ରାଉତ, ପାକାଲ କେସି ରାୟ, ବାବୁଲା ଗୌଡ଼,ଋଷି ଯାନୀ,ରଞ୍ଜନ ମହାନନ୍ଦିଆ,ମିଟୁ ବେହେରା ଏବଂ ସିମାଞ୍ଚଳ ସେଠିଙ୍କ ଦ୍ଵାରା ସହର ସେନିଟାଇଜନ ହୋଇଥିଲା। ଗୁଡାରି ପରିଷଦର ଅଶୋକ କୁମାର ପଟନାୟକ, ପ୍ରଦୀପ୍ତ କୁମାର ପାତ୍ର, ମଲି ମିଶ୍ର, ନାୟକବାବୁ ଏବଂ ଅନିଲ କୁମାର ଶତପଥୀ ପ୍ରମୁଖ ଉପସ୍ଥିତରହି ଗୁଡାରି ପରିଷଦର ଦାୟିତ୍ୱ ଗ୍ରହଣ କରି କୋରନା ମୁକାବିଲା ପାଇଁ ସାହାଯ୍ୟ କରିଥିବା ବେଳେ ଗୁଡାରି ଜନସାଧାରଣଙ୍କ ତରଫରୁ ସମସ୍ତ କର୍ମଚାରୀଙ୍କୁ ଅଂଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *