ମରଣଯନ୍ତା ପାଲଟିଛି ଛତିଶଗଡ ମୂଖ୍ୟ ରାସ୍ତା

କୋରାପୁଟଜିଲ୍ଲା (ସଖପ୍ର): କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଦେଇ ଯାଉଥିବା ସୁରୁଲି ଗ୍ରାମ ସେତୁ ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ବହୁ ବର୍ଷ ଧରି ଏହି ଭଳି ଶୋଚନୀୟ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ଓ ମରଣଯନ୍ତା ପାଲଟିଛି ଏହି ସୁରୁଲି ଗ୍ରାମ ସେତୁ। ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆପ୍ରାଚ ରୋଡର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ବଡ଼ ବଡ଼ ଗାତ ହୋଇଥିବାରୁ ବର୍ଷା ହେଲେ ଆଣ୍ଠୁଏଁ ଲେଖାଏଁ ପାଣି ଭରିଯାଉଛି। ଯାହା ଫଳରେ ଦୁର୍ଘଟଣାର କାରଣ ପାଲଟିଛି ଏହି ରାସ୍ତା। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଛତିଶଗଡ ରାଜ୍ୟକୁ ଯାତାୟାତ କରୁଥିବା ବେଳେ ଏହି ସବୁ ଗାତ ଓ ଖସଡ଼ା ଯୋଗୁଁ ବହୁ ଯାତ୍ରୀ ଦୁର୍ଘଟଣାର ଶୀକାର ହେଉଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏହି ରାସ୍ତାକୁ ନେଇ ସ୍ଥାନୀୟ ଜନସାଧାରଣ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। କିନ୍ତୁ ଫଳ ଶୂନ୍ୟ। କଥାରେ ଯେପରି ଅଛି ଚେଇଁ ଶୋଇଥିବ ଯେ, ତାକୁ ଉଠାଇବ କିଏ ? ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସରକାର କି ଭଳି ଭାବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ କିଛି କୁଜିନେତା ଓ କିଛି ସରକାରୀ ଅଫିସର ବାବୁ ମାନେ ଏହାକୁ ଖେଳଘର କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ରାସ୍ତା ଦେଇ କୋଟପାଡର ସ୍ଥାନୀୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ କହିଛନ୍ତି। କିନ୍ତୁ ମନ୍ତ୍ରୀ ମଧ୍ୟ ନୀରବ। ଏହି ରାସ୍ତା ଉପରେ କାହାର ମଧ୍ୟ ନଜର ନାହିଁ। ଏହି ରାସ୍ତାର କିଛି ବିବାଦର ସମାଧାନ ପାଇଁ ବୋରିଗୁମ୍ମା ତହସିଲଦାରଙ୍କୁ ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଆଜିକୁ ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ କୋୖଣସି ବାବୁଙ୍କ ଦେଖା ମିଳୁ ନ ଥିବା କହିଛନ୍ତି କିଛି ବୁଦ୍ଧିଜୀବୀ। ଜନତାଙ୍କ ମୈାଳିକ ସୁବିଧାକୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହା ହେଉଛି ବାସ୍ତବ ଚିତ୍ର। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ରାସ୍ତା ଯୋଜନା ରହିଅଛି କିନ୍ତୁ ଏହି ଯୋଜନା ରହିଥିଲେ ମଧ୍ୟ ଏହି ରାସ୍ତା ମରାମତି ହୋଇପାରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଏହି ସରକାରୀ ବାବୁ ମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଓ କେବେ ଏହି ୬୩ ନମ୍ବର ଜାତୀୟ ରାଜପଥ ସୁରୁଲି ଗ୍ରାମ ସେତୁ ମରାମତି ହୋଇପାରିବ।
ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ