ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ସରକାରୀ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଗସ୍ତ

ମାଲକାନଗିରି (ସଖପ୍ର):ମାନ୍ୟବର Electronic & I T,Sports & Youth Service(ଓଡ଼ିଶା ସରକାର )ମନ୍ତ୍ରୀ ଶ୍ରୀଯୁକ୍ତ ତୁସାରକାନ୍ତି ବେହେରା ସରକାରୀ କାର୍ଯ୍ୟକ୍ରମରେ ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ହେଲିକପ୍ଟର ଦ୍ୱାରା BSF କେମ୍ପ ହେଲିପେଡ଼ ଠାରେ ପହଞ୍ଚିବା ପରେ ଜିଲ୍ଲା ବିଜୁ ଜନତା ଦଳ ଯୁବ,ଜନତା ଦଳ ଛାତ୍ର ଜନତା ଦଳ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସ୍ୱାଗତ ସମ୍ବର୍ଦ୍ଧନା ସାରି ମାନ୍ୟବର ମନ୍ତ୍ରୀ ସର୍କିଟ ହାଉସ ଅଭିମୁଖେ ଯାତ୍ରା କରିଥିଲେ। ସ୍ଥାନୀୟ ସର୍କିଟ ହାଉସ ଠାରେ ପହଞ୍ଚି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ବିଜୁ ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ଜିଲ୍ଲା ମହିଳା ଜନତା ଦଳ କର୍ମୀ ମାନଙ୍କ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ଓ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଧ ଅଧ୍ୟକ୍ଷ ମାନସ ମାଡକାମୀ,ଜିଲ୍ଲା ସାଂଗଠନିକ ସମ୍ପାଦକ ଶ୍ରୀ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ଓକିଲ ସଂଘ ସଭାପତି ତଥା ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ,ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ