ମନ୍ତ୍ରୀ ଓ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ
କୋରାପୁଟଜିଲ୍ଲା/କୋଟପାଡ(ସଖପ୍ର): କୋଟପାଡ ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଏବଂ ମାନ୍ୟବର ସାଂସଦଙ୍କ କରକମଳରେ ହୋଇଛି। ସେହି ପ୍ସକଳ୍ପ ଗୁଡିକ ଗିର୍ଲ୍ଲା ଗ୍ରାମଠାରେ କଲ୍ୟାଣ ମଣ୍ଡପ ଓ ଢାମଣାହାଣ୍ଡି ଠାରେ କଲ୍ୟାଣ ମଣ୍ଡପ,ଏହାର ଅଟକଳ ମୂଲ୍ୟ ୩୫୦୦୦୦୦(ପଞ୍ଚତିରିଶ ଲକ୍ଷ)ଟଙ୍କା ରହିଥିବା ବେଳେ ସୁତିପଦର ଗ୍ରାମଠାରେ ନୂତନ ପଞ୍ଚାୟତ କୋଠା ନିର୍ମାଣ ୩୫ଲକ୍ଷ, ଆଜି ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ,ବ୍ଲକ ଅଧ୍ୟଁ ବୈଦନାଥ ପୂଜାରୀ, BDO ଅଂଶୁମାନ ମହାପାତ୍ର, ମହମ୍ମଦ ସଲିମ,ଟିକି ସ୍ବାଇଁ,କ୍ଷୀରୋଦ ବେହେରା,ପ୍ରଦୀପ କୁମାର ପୃଷ୍ଟି, ଜଗବନ୍ଧୁ ଗୌଡ, ଜିଲ୍ଲା ପରିଷଦ ସଭ୍ୟା ଦୁରୁପତା ଭତରା, ଶ୍ରୀମତି ତୃପ୍ତିଦାସ, ଲକ୍ଷ୍ମୀ ନାରାୟଣ ବିଶୋୟୀ, A BDOଗୋକୁଳାନନ୍ଦ ଭଟ୍ଟ, ନାରାୟଣ ପାତ୍ର, G PEOସୁଧାଂଶୁ ରଥ ଏବଂ କଷାଗୁମୁଡା ବ୍ଲକର ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ସ୍ବାଇଁ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା, P EO, GRS, JE ଓ AE ମାନେ ଉପସ୍ଥିତ ଥିବା ସୂଚନା ମିଳିଛି।