03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମନରେଗା କାର୍ଯ୍ୟରେ ମହାଦୁର୍ନୀତି,ଶ୍ରମିକଙ୍କ ଟଙ୍କା ଲୁଟିନେଇଛନ୍ତି ସରକାରୀ ବାବୁ

କୋରାପୁଟଜିଲ୍ଲା/ କୋଟପାଡ(ସଖପ୍ର) : ମନରେଗା କାମରେ ହୋଇଛି ମହାଦୁର୍ନୀତି । ଖେଳପଡ଼ିଆ ମରାମତି ନକରି ଉଠାଇ ନିଆଯାଇଛି ଶ୍ରମିକଙ୍କ ଟଙ୍କା । ଏମତି ଅଭିଯୋଗ ଆସିଛି କୋରାପୁଟ ଜ଼ୀଲ୍ଲା, କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ । ଦୁର୍ନିତୀକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ଏନେଇ ବିଡିଓଙ୍କୁ ଅବଗତ କରାଯାଇଛି ତଥା ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । କାର୍ଯ୍ୟ ନ କରାଯାଇ କେମିତି ଟଙ୍କା ଉଠାଣ ହୋଇଛି, ସମସ୍ତଙ୍କ ମନରେ ପ୍ରଶ୍ନ।
ଶ୍ରମିକଙ୍କ ଟଙ୍କା ଲୁଟି ନେଇଛନ୍ତି ସରକାରୀ ବାବୁ । ୩ ଲକ୍ଷ ୫୦ ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। କରୋନା ସଂକଟ ସମୟରେ ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କୋରାପୁଟ ଜିଲ୍ଲା,କୁନ୍ଦୁରା ବ୍ଲକର ବାଗଦରୀ ପଞ୍ଚାୟତରେ ଏଥିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଖେଳ ପଡ଼ିଆ ମରାମତି କାମ ନ ହୋଇ ଟଙ୍କା ଉଠିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମରାମତି ପାଇଁ ଆସିଥିବା ୩ ଲକ୍ଷ ୫୦ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ମରାମତି ପାଇଁ ଶ୍ରମିକ ମାନଙ୍କୁ ମିଳିନି ପ୍ରାପ୍ୟ । କୌଣସି କାମରେ ଫଳକ ନ ଲଗାଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ସୁଦ୍ଧା କେହି ଶୁଣୁ ନଥିବା ଶ୍ରମିକମାନେ କହିଛନ୍ତି । ସେପଟେ ଦୁର୍ନୀତି ଅଭିଯୋଗକୁ ସ୍ୱୀକାର କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ତେବେ ଏନେଇ ବିଡିଓଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି । ସେହିପରି ଦୁର୍ନୀତି ନେଇ ତଦନ୍ତ ଚାଲିଥିବା ସଫେଇ ଦେଇଛନ୍ତି ସରପଞ୍ଚ । ଦୁର୍ନୀତି ନେଇ ସମସ୍ତଙ୍କ ନିକଟରେ ଖବର ଥିଲେ ସୁଦ୍ଧା ଶ୍ରମିକଙ୍କୁ ମିଳିନି ପ୍ରାପ୍ୟ । ତେଣୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *