01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମଦଦୋକାନ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଏତଲା

ନବରଙ୍ଗପୁରଜିଲ୍ଲା(ସଖପ୍ର): କୋଷାଗୁମୁଡା ଥାନାରେ ଘେରାଉ କରିଥିଲେ କାଲି ସନ୍ଧ୍ୟା ୭ଟାରୁ, ଖବର ଲେଖା ଯିବା ପର୍ଯ୍ୟନ୍ତ ପ୍ରାୟ ଶହ ଶହ ଲୋକ ମହିଳା ଓ ପୁରୁଷ ଥାନାକୁ ଘେରାଉ ରଖିଥିଲେ ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ସୂଚନା ଅନୁଯାୟୀ କୋଷାଗୁମୁଡା ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଥିବା ବେଦେଶୀ ମଦ ଦୋକାନକୁ ବନ୍ଦଦାବିରେ ଗତ ୨୦ ତାରିଖ ଦିନ ଉତ୍ୟକ୍ତ ଗ୍ରାମବାସୀ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ଏ ନେଇ କୋଷାଗୁମୁଡା ଥାନାରେ କେସ ୮୪/୨୧ରେ ପ୍ରାୟ ଶହେ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ମନୋହର ହରିଜନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଆଣିଥିଲା। ଏହା ପରେ ତାତି ଯାଇଥିବା ଗ୍ରାମବାସୀ ମାମଲା ପ୍ରତ୍ୟାହାର ଏବଂ ଗିରଫ ହୋଇଥିବା ଲୋକଙ୍କୁ ଛାଡ଼ିବା ଦାବିରେ ଥାନାକୁ ଘେରାଉ କରିରଖିଛନ୍ତି । ହଠାତ୍ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଥାନା ଭିତରେ ପଶିବା ପରେ ପୁଲିସର ନିଦ ହଜିଯାଇଥିଲା । ପୁଲିସ ଥାନାର ମୁଖ୍ୟ ଫାଟକକୁ ବନ୍ଦ କରି ଥାନା ସମ୍ମୁଖରେ ଲାଇଟକୁ ବନ୍ଦ‌କରିଥିଲେ। ଆନ୍ଦୋଳନକାରି ଗ୍ରାମବାସୀ ଅନ୍ଧାରରେ ଥାନା ସମ୍ମୁଖରେ ବସି ରହିଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ଗୋଟିଏ ଜିଦ୍‌ ମାମଲାପ୍ରତ୍ୟାହାର ଓ ଗିରଫ ବ୍ୟକ୍ତିମାନଙ୍କୁ ଛାଡ଼ ଏହା ସହିତ ମଦ ଦୋକାନକୁ ତୁରନ୍ତ ବନ୍ଦ କରାଯାଉ । ଗ୍ରାମବାସୀଙ୍କ ଅଭିଯୋଗ ହେଲା ସନ୍ତୋଷପୁର ଗ୍ରାମରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଛି। ଉକ୍ତ ଦୋକାନ ମଙ୍ଗଳ ବିଭାଗର ଆଶ୍ରମ ସ୍କୁଲର ଅତି ନିକଟରେ ଏବଂ ଗାଁ ମଝିରେ ରହିଛି । ଉକ୍ତ ବିଦେଶୀ ଦୋକାନରେ ମଦୁଆଙ୍କ ଭିଡ଼ ଜମୁଥିବା ବେଳେ ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ଅନେକ ସମୟରେ ମଦୁଆଙ୍କ ସାମ୍ନା କରିବାକୁ ପଡ଼ୁଛି। ତେଣୁ ଗ୍ରାମବାସୀ ବହୁଦିନରୁ ସେଠାରୁ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ଏନେଇ ମଧ୍ୟ ଗତ କିଛି ଦିନ ତଳେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବିଦେଶୀ ଦୋକାନର କର୍ମଚାରୀଙ୍କୁ କଟକ ରଖିଥିଲେ। କୋଷାଗୁମୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବାରୁ ଅଟକ ଥିବା କର୍ମଚାରୀଙ୍କୁ ଛାଡ଼ି ଦେଇଥିଲେ । ତେବେ ଗତ ୨୦ ତାରିଖ ଦିନ ମଦ ଦୋକାନ ଭିତରେ ପଶି ଭଙ୍ଗାରୁଜା କରିଥିଲେ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *