01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ମେଗା ପ୍ରଦର୍ଶନୀର ସମାପନ ଦିବସ

କୋରାପୁଟ ଜିଲ୍ଲା/ଜୟପୁର (ସଖପ୍ର): ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ବାର୍ଷିକ ମେଗା ପ୍ରଦର୍ଶନୀର ସମାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଧନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ । ବହୁ ମାତ୍ରାରେ ଛାତ୍ର ଛାତ୍ରୀ ମାନେ ନାଚ , ଗୀତ, ମ୍ୟୁଜିକ୍ ରେ ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ଶ୍ରୀ ଓମ୍ ପ୍ରକାଶ ମିଶ୍ର,ବିଦ୍ୟାଳୟର ସମ୍ପାଦକ ଶ୍ରୀ ନୟନ କିଶୋର ମହାନ୍ତି, ନିର୍ଦ୍ଦେଶିକା ଶ୍ରୀମତି କୁମୁଦ ମାଳା ମହାନ୍ତି, ଅଧ୍ୟକ୍ଷା ଶ୍ରୀମତି ସୁପ୍ରିୟା ପାଣିଗ୍ରାହି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଦୃଢ଼ ଇଚ୍ଛା ଶକ୍ତି ବଳରେ କିପରି ଆମେ ଦୁନିଆ ଜିତି ପାରିବା ସେହି ବିଷୟରେ ଶ୍ରୀ ଓମ୍ ପ୍ରକାଶ ମିଶ୍ର ବହୁତ୍ ସୁନ୍ଦର ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ । ଅଭିଭାବକ ମାନେ ଏଭଳି ଏକ ନିଆରା ପ୍ରଦର୍ଶନୀର ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *