02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ମେଗା ପ୍ରଦର୍ଶନୀ ଅନୁଷ୍ଠିତ

କୋରାପୁଟ ଜିଲ୍ଲା : ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ବାର୍ଷିକ ମେଗା ପ୍ରଦର୍ଶନୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସେଥିରେ ବିଜ୍ଞାନ ମେଳା, ଆର୍ଟ ଏଣ୍ଡ କ୍ରାଫ୍ଟ, ଫ୍ଲାୱାର ଶୋ, ବେଷ୍ଟ ଆଉଟ୍ ଅଫ ୱେଷ୍ଟ, ମ୍ୟାଜିକ ଶୋ , କୋଇନ୍ କଲେକ୍ସନ, କଷ୍ଟ୍ୟୁମ୍, ଐତିହାସିକ କିମ୍ବଦନ୍ତୀ, ସ୍କାରୀ ଶୋ, ପ୍ଲାନେଟରିଓମ, ଫୁଡ୍ ମେଳା, ସାଲାଡ଼ ଡେକୋରେଶନ, ରଙ୍ଗୋଲି, ନାଚ, ଗୀତ, ସାହିତ୍ୟ, ମେଡିସିନଲ ପ୍ଲାଣ୍ଟ, ଗେମ୍, କମ୍ପ୍ୟୁଟର, ସୌରଜଗତ, ୱାଲ୍ ମେଗାଜିନ୍, ଇତ୍ୟାଦି ବିଭିନ୍ନ ଧରଣର ସୁନ୍ଦର ସୁନ୍ଦର ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପି. କେ ମହାନ୍ତି ଏବଂ ସମ୍ମାନୀୟ ଅତିଥି ଚନ୍ଦ୍ରକଳା ବ୍ରବର୍ତି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ।

ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ସଭାପତି ଶ୍ରୀ କିଶୋର କୁମାର ହୋତା, ସମ୍ପାଦକ ଶ୍ରୀ ନୟନ କିଶୋର ମହାନ୍ତି, ନିର୍ଦ୍ଦେଶିକା ଶ୍ରୀମତି କୁମୁଦ ମାଳା ମହାନ୍ତି, , ଅଧ୍ୟକ୍ଷା ଶ୍ରୀମତି ସୁପ୍ରିୟା ପାଣିଗ୍ରାହି, ଉପ ଅଧ୍ୟକ୍ଷ ଶ୍ରୀ ସଚିଦାନନ୍ଦ ମହାପାତ୍ର, ଅଜମଲ୍ ବେଗ୍ , ନିରଞ୍ଜନ ପାଣିଗ୍ରାହୀ, ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ପାରଦର୍ଶିତା ଦେଖାଇଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ସମସ୍ତ ପ୍ରୋଗ୍ରାମ ବୁଲି ଦେଖିଥିଲେ। କୁନି କୁନି ଛାତ୍ରଛାତ୍ରୀମାନେ ସମସ୍ତ ରାଜ୍ୟର ପୋଷାକ ପରିଧାନ କରି ଯେଉଁ ଜାତୀୟ ଏକତାର ମନ୍ତ୍ର ଶିଖାଇଥିଲେ ତାହା ଖୁବ୍ ଚିତାକର୍ଷକ ଥିଲା । ଅଦରକାରୀ ଜିନିଷକୁ ନେଇ ଖୁବ୍ ସୁନ୍ଦର ସୁନ୍ଦର ଜିନିଷ ତିଆରି ଦେଖି ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ। ଅଭିଭାବକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନ କୌଶଳ ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *