ମଙ୍ଗଳ ବିଭାଗ ଅଧୀନରେ କାର୍ଯ୍ୟରତ ରୋଷେୟା ଓ ସେବକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା

ରାୟଗଡା : ଆଜି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ଜିଲ୍ଲା ସମ୍ପାଦକ ଶ୍ରୀ ଖଗେଶ୍ବର ସିଂହଙ୍କ ନେତୃତ୍ୱରେ , ରାୟଗଡ଼ା ଜିଲ୍ଲା ଠକର ବାପା ଆଶ୍ରମ ଠାରେ ଏକ ପ୍ରସ୍ଥୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟିଆରଡବ୍ଲ୍ୟୁ ଅଧିନରେ କାର୍ଯ୍ୟରତ ରୋଷେୟା ମାନଙ୍କ ନେତୃତ୍ୱ ନେଉଥିବା ଶ୍ରୀ ଧର୍ମା ବିଡିକା ଅଭିଯୋଗ କରିଛନ୍ତି ଯେ ବର୍ଷ ବର୍ଷ ଧରି ଟିଆରଡବ୍ଲ୍ୟୁ ଅଧିନରେ ଆମ୍ଭେ ଜିଲ୍ଲାର ପ୍ରାୟ ୪୦୦ କାର୍ଯ୍ୟ କର୍ତ୍ତା ରହିଛୁ। ଆମ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ବାରମ୍ଵାର ନିବେଦନ କରିଛୁ, ହେଲେ ଆଜି ପର୍ଯ୍ୟନ୍ତ ଆମର କୌଣସି କଥାକୁ ଆଲୋଚନା କରାଗଲା ନାହିଁ । ବଡ଼ ଦୁଃଖର ବିଷୟ ମହାମାରୀ କରୋନାର ପ୍ରଥମ ଲହରି, ଦ୍ବିତୀୟ ଲହରିରେ ବାହାର ରାଜ୍ୟକୁ ଯାଇଥିବା ଶ୍ରମିକ ମାନଙ୍କୁ ଆଣି ଆଶ୍ରମରେ ରହିବା ବ୍ୟବସ୍ଥା କରାଗଲା। ଆମେ ପରିବାର ଭୂଲି କାର୍ଯ୍ୟ କଲୁ କିନ୍ତୁ ଆମକୁ ସହାୟତା ଭାବେ କିଛି ଦିଆଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଯଥାର୍ଥ ମନେକରି ସମ୍ପାଦକ ଶ୍ରୀ ସିଂ କହିଛନ୍ତି ପ୍ରଶାସନର ଇଛାଶକ୍ତି ଅଭାବ ହେତୁ ଟିଆରଡବ୍ଲ୍ୟୁ କାର୍ଯ୍ୟରତ ରୋଷେୟା ଓ ସେବକ କର୍ମଚାରୀଙ୍କ ସମସ୍ୟା ଲାଗିରହିଛି। ସରକାର ଅବଗତ ଅଛନ୍ତି ,ଭାରତୀୟ ମଜଦୁର ସଂଘ ସବୁ ବେଳେ ରାଷ୍ଟ୍ର ହିତ , ଉଦ୍ୟୋଗ ହିତ , ଶ୍ରମିକ ହିତକୁ ନେଇ କାର୍ଯ୍ୟ କରେ। ଯଦିବା ଶ୍ରମିକ ସମସ୍ୟା ସଙ୍ଗଠନର ଦୃଷ୍ଟିକୁ ଆସିଛି, ଏହାକୁ ସମାଧାନ ପାଇଁ ସରକାରଙ୍କୁ ଅବଗତ କରାଯିବ। ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ