ମଙ୍ଗଳ ବିଭାଗରେ ଶିକ୍ଷକ ପଦୋନ୍ନତିରେ ବ୍ୟାପକ ଅନିୟମିତତା ନେଇ ବିଏସପିର ଦାବୀ
ରାୟଗଡ଼ା: ମଙ୍ଗଳ ବିଭାଗରେ ଶିକ୍ଷକ ପଦୋନ୍ନତିରେ ବ୍ୟାପକ ଅନିୟମିତତା । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ବହୁଜନ ସମାଜବାଦ ପାର୍ଟି (ବିଏସପି) । ରାୟଗଡା ଜିଲ୍ଲାରେ ମଙ୍ଗଳ ବିଭାଗର ୨୯ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ହେଡ ସେବକ କରାଯାଇଛି । ଏହି ସବୁ ଶିକ୍ଷକଙ୍କୁ ପଦୋନ୍ନତି ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥାନ କରାଯାଇଛି । ତେବେ ସରକାରଙ୍କ ଓଆରଭି ଆଇନର ଖିଲାପ କରି ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆଣିଛି ବହୁଜନ ସମାଜବାଦୀ ପାର୍ଟି । ବିଏସପିର ଜିଲ୍ଲା ସଭାପତି ଜିତୁ ଜକାସିକାଙ୍କ ନେତୃତ୍ବରେ ଏକ ଟିମ ରାୟଗଡା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ରାୟଗଡା ଜିଲ୍ଲାପାଳ କ୍ୟାମେରା ସମ୍ମୁଖରେ କିଛି କହିନାହାନ୍ତି ତଥାପି ଏହାକୁ ତର୍ଜମା କରାଯିବ ବୋଲି କହିଛନ୍ତି ।