02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭୟାଭୟ ରୋଗ କରୋନାରୁ ମୁକ୍ତି ପାଇବା ପାଇଁ ରାୟଗଡା ଜିଲ୍ଲାପାଳଙ୍କ ତତ୍ପରତା

ରାୟଗଡ଼ା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ପ୍ରଶାସନ କରୋନା ରୋଗରୁ ରାୟଗଡାଜିଲ୍ଲା ବାସୀଙ୍କୁ ଦୂରରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି ।ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରା ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନତା କରିବା ସହ ଏହାର କଡା ମୁକାବିଲା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ତାହା ସାଙ୍ଗକୁ ରେଲୱେ ଷ୍ଟେସନ, ମେଡିକାଲ, ପାର୍କ ବିଭିନ୍ନ ମନ୍ଦିର ମସଜିଦକୁ ନିଜେ ବୁଲି କରୋନା ସମ୍ପର୍କରେ ସଚେତନତା କରିବା ସହ ସମସ୍ତ ଅଂଚଳକୁ ପରିଷ୍କାର ପରିଛନ୍ନ ରଖିବା ସହ ଏଣେ ତେଣେ ଛେପ ନ ପକେଇବା ନିମନ୍ତେ ପରାମର୍ଶ ଦେଇଛନ୍ତି ଓ ବିଭିନ୍ନ ସ୍କୁଲ ମାନ ବୁଲି ଦେଖୁଛନ୍ତି। ରାୟଗଡା ଜିଲ୍ଲାରେ ଥିବା ବଡ ବଡ ଦୋକାନ, ସିନେମା ହଲ, ହୋଟେଲ,ଏପରି କି ରାୟଗଡା ଜିଲ୍ଲାର ଅଧିଷ୍ଠିତ ଦେବୀ ମା ମଝି ଘରିଆଣି ମନ୍ଦିରକୁ ମଧ୍ୟ ଦର୍ଶନ ପାଇଁ ଆଗାମୀ 31 ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ ମନ୍ଦିରରେ ନୀତି ଦିନିଆ ପୂଜା ଅର୍ଚ୍ଚନା ଚାଲୁ ରହିବ କିନ୍ତୁ ଭକ୍ତ ପାଇଁ ଦର୍ଶନ ବାରଣ କରିବା ମୁଖ୍ୟ ଉଦ୍ଦେଶ୍ୟ ମନ୍ଦିରକୁ ମା ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଆସିଥାନ୍ତି । କରୋନା ଏକ ସଂକ୍ରମଣ ଜୀବାଣୁରେ ପଡିବା ଆଶଙ୍କା ନେଇ ଆଗାମୀ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତା ସାଙ୍ଗକୁ କୌଣସି ସ୍ଥାନରେ ଜନ ଗହଳି ବା ରୁଣ୍ଡ ହୋଇ ନ ରହିବା ପାଇଁ 144 ଧାରା ଜାରି କରିଛନ୍ତି । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି । ଏହି ବିପତ୍ତି ସମୟରେ ଯେଉଁ ବ୍ୟକ୍ତି କରୋନା ନେଇ ମିଥ୍ୟା ଗୁଜବ ପ୍ରଚାର କରେ ତାହା ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ। ସମସ୍ତ ଜନସାଧାରଣ ମିଳିତ ଭାବେ ଏହାର ମୁକାବିଲା ପାଇଁ ଆବାହନ ଦେଇଛନ୍ତି। ବହୁ ବ୍ୟକ୍ତି ଏକ ଜାଗାରେ ନ ମିଳିବା ପାଇଁ ନିବେଦନ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର ସହ ହାତକୁ ବାରମ୍ବାର ଧୋଇବା ପାଇଁ ନିବେଦନ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *