01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭୋଟ ଗଣତି ଶାନ୍ତିପୂର୍ଣ୍ଣ ଭାବରେ ହେବାକୁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୟପୁର ୦୨/୦୬ (ସଖପ୍ର): ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଉପଜିଲ୍ଲାପାଳ ଜୟପୁର ଶ୍ରୀ ପ୍ରଭାତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଭୋଟ ଗଣତି କେମିତି ଶାନ୍ତିପୂର୍ଣ୍ଣ ଭାବରେ ହେବ ସେ ନେଇ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଈଛି । ଏହି ବୈଠକରେ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ.ମୋନାଲିଶା ଆଚାର୍ଜି, ଟାଉନ ଥାନା ଅଧିକାରୀ ରମଣୀ ରଞ୍ଜନ ଦଳାଇ, ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ଗଣ ମ।ଧ୍ୟମର ଭୂମିକା ଓ ଟ୍ରାଫିକ କଣ୍ଟ୍ରୋଲ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ଭୋଟ ଗଣତି କିପରି ସୁରୁଖୁରେ ହେବ ସେହି ବିଷୟରେ ଅଲୋଚନା ହୋଇଥିଲା । ଉକ୍ତ ଦିନ ଦଶହରା ପଢିଆ ଦେଇ ସମସ୍ତ ପଦାଧିକାରୀ , ସମସ୍ତ ପ୍ରାର୍ଥୀ, ସାମ୍ବାଦିକ ଓ ସର୍ବସାଧାରଣ ପ୍ରମୁଖ ପ୍ରବେଶ କରି ପାରିବେ । ଯାନ ବାହନ ମଧ୍ୟ ଦଶହରା ପଢିଆ ଠାରେ ପାର୍କିଂ କରି ପାରିବେ । ଉକ୍ତ ଦିନ କୌଣସି ପ୍ରକାର ଇଲେଟ୍ରୋନିକ ଯନ୍ତ୍ରାଂଶ ନେଇ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶକୁ ବାରଣ କର।ଯାଇଛି । ସାମ୍ବାଦିକ ମାନେ କେବଳ vedio ରେକଡ଼ିଂ ନିମନ୍ତେ ଡିଜିଟାଲ କ୍ୟାମେରା ହିଁ ବ୍ୟବହାର କରି ପାରିବେ । ମୋବାଇଲ ଫୋନ ଦ୍ୱାରା କୌଣସି ପ୍ରକାର ରେକର୍ଡିଂ କରି ପାରିବେ ନ।ହିଁ । ଉକ୍ତ ଦିନ ଜୟପୁରର ୨୪ ରାଉଣ୍ଡ ଓ କୋଟପାଡ ନିର୍ବାଚନ ମଣ୍ଡଳୀ ପାଇଁ ୨୫ ରାଉଣ୍ଡ ଗଣତି କରାଯିବ । ଲୋକ ସଭା ଓ ବିଧାନ ସଭା ଭୋଟ ଗଣତି ପାଇଁ ୧୦ ଗୋଟି ଟେବୁଲ ପଢିଛି । ଏଠାରେ ମଧ୍ୟ କାଉଣ୍ଟିଂ ପର୍ଯ୍ୟବେକ୍ଷକ ମୁତୟନ କରା ଯାଇଛି । ପୋଷ୍ଟାଲ ବେଲେଟ ନିମନ୍ତେ ୫ ଗୋଟି ଟେବୁଲ୍ ପଢିଛି । କାଉଣ୍ଟିଂ ଏଜେଣ୍ଟ ମାନେ ଫର୍ମ ୧୮ ମାଧ୍ୟମରେ ଦାୟିତ୍ବରେ ଥିବା returning ଅଫିସରଙ୍କୁ ପ୍ରତି ର।ଉଣ୍ଡର ଫଳାଫଳ ଯୋଗେଇ ଦେବେ । ବିଧାନସଭା ନିମନ୍ତେ ଗୋଲାପି କଲର୍ ଓ ସଂସଦୀୟ ପାଇଁ ଧଳା କଲର୍ କରା ଯାଇଛି । ଏହି ଦିନ ଯେପରି ଗହଳି କିମ୍ବା ରାସ୍ତା ଜାମ ନ ହେବ ସେଥି ପାଇଁ ଏକ route ଚାର୍ଟ IIC ସଦର ଈଶ୍ବର ତାଣ୍ଡି ଯୋଗେଇ ଦେଇଛନ୍ତି । ଉକ୍ତ ଦିନ ଦଶହର। ପଢିଆ ଠାରେ ଓ ବିକ୍ରମ ଦେବ ମହାବିଦ୍ୟାଳୟ ଭିତରେ ମିଡ଼ିଆ ସେଣ୍ଟରର ବ୍ୟବସ୍ଥା କାରା ଯାଈଛି ଯେଉଁଠି ୪ ଗୋଟି ଟିଭି ସହ BSNL ଓ JIOର wifi ଲାଗିବ । ସମ୍ଭବ ହେଲେ ସମସ୍ତ ଗଣମାଧ୍ୟମକୁ wifi ID ପାସ ଓ୍ବାର୍ଡ ଯୋଗାଇ ଦିଆ ଯିବ । ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ବିକ୍ରମ କୁମାର ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଟପାଡ, ନୀଳାମ୍ବର ପୂଜାରୀ ଅତିରିକ୍ତ ତହସିଲଦାର କୋଟପାଡ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା, ତାପସ ପଣ୍ଡା ସମ୍ପାଦକ ବିଜୁ ଜନତା ଦଳ, BJD ଦଳର ଏଜେଣ୍ଟ, ସୁବାଶ ଚନ୍ଦ୍ର ପଣ୍ଡା, ତାରିଣୀ ପାଣିଗ୍ରାହୀ ଏଜେଣ୍ଟ INC ଓ ଜୟପୁରର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *