ଭୋକିଲା ପେଟକୁ ଦାନା ଯୋଗାଉଛି ଚାନ୍ଦିଲି ପୋଲିସ

ରାୟଗଡା ଜ଼ିଲ୍ଲା: (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ସମଗ୍ର ଭାରତ ବର୍ଷରେ ତାଲା ବନ୍ଦ ଜାରି ରହିଥିବା ବେଳେ ଯାତାୟାତ ପାଇଁ ରେଳପଥ ଓ ବସ ରୁଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସେଥିପାଇଁ ବାହାର ଜ଼ିଲ୍ଲାରୁ ଇଟା କାମ ପାଇଁ ଆସି ଚାନ୍ଦିଲି ପୋଲିସ ଥାନା ଅଂଚଳରେ ଫସିରହିଛନ୍ତି ପ୍ରାୟ 50 ରୁ ଅଧିକ ପରିବାର। ତାଲା ବନ୍ଦ ସମୟରେ ଯାହା ଗଛିତ ରାଶି ଥିଲା ତାହା ଖର୍ଚ୍ଚ କରି ବହୁ କଷ୍ଟରେ ଏହି ଶ୍ରମିକ ମାନେ ଚଳି ଆସୁଥିଲେ । ଏହି ଅସମୟରେ ଚାନ୍ଦିଲି ପୋଲିସ ଭୋକିଲା ପେଟରେ ଦାନା ଦେଇ ମାନବିକତାର ପରିଚୟ ଦେଇଛି। ଚାନ୍ଦିଲି ପୋଲିସ ଥାନା ଅନ୍ତର୍ଗତ ବୀରନାରାୟଣପୁର ଠାରେ ଇଟା କାମରେ ଫସି ରହିଥିବା ଶ୍ରମିକଙ୍କୁ ରାସନ ସାମଗ୍ରୀରେ ଚାଉଳ 5କିଲୋ ଡାଲି 500ଗ୍ରାମ ଆଳୁ ପିଆଜ ପନିପରିବା ପ୍ରାୟ 30ଗୋଟି ପରିବାରକୁ ଦେଇଛନ୍ତି ଏସ ଡ଼ି ପି ଓ ଅରୂପ ବେହେରାଙ୍କ ନେତୃତ୍ୱ ରେ ଏସ ଆଇ ଗରିଶ ଚନ୍ଦ୍ର ମହାରଣା ଓ ଏଡ଼ ଆଇ ଭାରତ ମାଣିଆ ତଥା ବି କେ ପୀଡ଼ିକା, ଜନାର୍ଦନ କୋଣ୍ଡାଗିରି , ବି ଏନ ଚୌଧୁରୀ ,ଏମ ଆର ନାୟକ କ୍ରିଷ୍ଣା ବିଡ଼ିକା ଆର ବଗି ଓ ବି କେ ବିଡ଼ିକା ଉପସ୍ଥିତ ରହି ଶ୍ରମିକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ଚାନ୍ଦିଲି ପୋଲିସର ଏହି କାର୍ଯ୍ୟକୁ ଜନସାଧାରଣଙ୍କ ପକ୍ଷରୁ ଅଶେଷ ଶୁଭେଚ୍ଛା ବାର୍ତ୍ତା ଛୁଟିବା ସହିତ ପୋଲିସ ଜନସାଧାରଣଙ୍କର ଅତିନିକଟତର ହୋଇପାରିଛି।
