ଭେଉଁରିଆ ସରପଞ୍ଚ ରଜନୀ ସାହୁ ଅସହାୟ ମାନଙ୍କ ପାଇଁ ନିଜେ ତିଆରି କଲେ ମାକ୍ସ

ବରଗଡଜିଲ୍ଲା: ସାରା ଭାରତରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତି ବଢିବାର ଆଶଙ୍କା ଥିବା ବେଳେ ,ଓଡିଶା ସରକାର ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ନିୟମ ମାନି ଲକଡାଉନକୁ ସଫଳ କରିବା ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ । ଯେଉଁ ବ୍ୟକ୍ତି ଅତିଆବଶ୍ୟକ ହେଲେ ଘରୁ ଯଦି ବାହାରିବେ ତା ହେଲେ ସେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇ ହୋଇ କି ଯିବେ । ବର୍ତ୍ତମାନ ସମୟରେ ତାଲାବନ୍ଦ ଯୋଗୁଁ ପରିବାରରେ ଆର୍ଥିକ ଅଭାବ ରହିଛି । ଅସହାୟ ତଥା ଦିନମଜୁରିଆ ମାକ୍ସ କିଣି ପିନ୍ଧିବା ପାଇଁ ଅକ୍ଷମ ଅଟନ୍ତି । ଅସହାୟ ମାନଙ୍କ ପାଇଁ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ନିଜେ ମାକ୍ସ ତିଆରି କରୁଛନ୍ତି । ସମସ୍ତ ଅସହାୟ ଓ ଦିନମଜୁରିଆ ମାନଙ୍କୁ ଏହି ମାକ୍ସ ପ୍ରଦାନ କରାଯିବ । ଏହା ଛଡା ଶ୍ରୀମତୀ ରଜନୀ ସାହୁ ପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି ।
ବରଗଡ ପ୍ରତିନିଧି ମୋତିଲାଲ ବାଗ