01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭୁଷୁଡିଲା କେନାଲ, ଚିନ୍ତାରେ ବହୁ ଗ୍ରାମର ଚାଷୀମାନେ

ଫୁଲବାଣୀ (ସଖପ୍ର): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୂତିପଡ଼ା ପଂଚାୟତ ଅଧିନରେ ଥିବା ପିଲାସାଲୁଙ୍କି ଡ଼୍ୟାମର ପାଣି ଚାଷୀମାନଙ୍କ ଚାଷ କାର୍ୟ୍ୟ ପାଇଁ କେନାଲ୍‍ ସାହାଯ୍ୟରେ ଯୋଗାଇ ଦିଆଯାଉଥିବା ବେଳେ କେନାଲ୍‍ ଗୁଡ଼ିକ ବର୍ଷ ବର୍ଷ ଧରି କୌରସି ପ୍ରକାର ମରାମତି କରାଯାଉନଥିବା ଯୋଗୁଁ ଦିନକୁ ଦିନ ଭାଙ୍ଗିଯାଉଛି। ଏଭଳି ସ୍ଥଳେ ଆଜି ବଲସକୁମ୍ଫା ପଂଚାୟତ ଅନ୍ତର୍ଗତ ଭଞ୍ଜରମୁଣ୍ଡା ପାଖରେ ଥିବା ୭ ନମ୍ବର ପୋଲ ବିପଦ ସଂକୁଳ ଅବସ୍ଥାରେ ଥିବାଯୋଗୁଁ କେନାଲ୍‍ ମଝିରେ ବଡ଼ଖାଲ ହୋଇ ଭୁଷୁଡ଼ି ପଡ଼ିଛି। ଫଳରେ ଚାଷୀମାନଙ୍କ ଚାଷ ଜମିକୁ ପାଣି ଯିବା ବନ୍ଦ ହୋଇଯାଇଛି। ଭୁଷୁଡ଼ି ପଡ଼ିଥିବା କେନାଲ୍‍ ତୁରନ୍ତ ମରାମତି କରା ନ ଗଲେ ବଲସକୁମ୍ଫା ପଂଚାୟତ ଅନ୍ତର୍ଗତ କେତେକ ଗ୍ରାମ ସମେତ ସୁନ୍ଦରଗଡ଼, ବାରିକୁମ୍ଫା, ନୂଆସହି, ଖେତାପାଜୁ ଭଳି ଅନେକ ଗ୍ରାମର ଚାଷୀ ମାନଙ୍କ ଜମିକୁ ପାଣି ଯାଇ ପାରିବ ନାହିଁ। ଏଭଳି ସ୍ଥଳେ ତୁରନ୍ତ କେନଲା ମରାମତି କରିବା ପାଇଁ ଚାଷୀ ରମେଶ ଦଲବେହେରା, ପବିତ୍ର ଦଳବେହେରା, ବିଦୂର ପ୍ରଦାନ, ଅଭିମନ୍ୟୁ ପ୍ରଧାନ, କମଳାକାନ୍ତ ସାହାଣୀ, ଆକାଶ ଦାସ ଓ ଅନ୍ୟମାନେ ଦାବି କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *