03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ (ସଖପ୍ର): ଭୁବନେଶ୍ବରରରେ ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ଭୁବନେଶ୍ବର ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହେବା ନେଇ ଏତଲା ରୁଜୁ ହେବା ୧୮ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି।
ଏହି ଘଟଣାରେ ପୁଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡିତ ବୋଲି ଅଭିଯୋଗ ରହିଥିବା ବେଳେ ଏସଆଇଟି ଗଠନ କରି ପୁଲିସ ଚୁପ୍ ହୋଇ ବସିଛି। ଓଡିଶା ପୁଲିସ ଉପରେ ରାଜ୍ୟର ଚାରି କୋଟି ଜନତାଙ୍କର ଭରସା ତୁଟି ଯାଇଛି। ଏଥି ପୂର୍ବରୁ କୁନ୍ଦୁଲି, ପିପିଲି, ପୁରୀ, ରାୟଗଡା, ଜଗତସିଂହପୁର ଗଣଦୁଷ୍କର୍ମର ପୀଡିତା ମଧ୍ୟ ନ୍ୟାୟ ପାଇ ପାରି ନଥିଲେ ବୋଲି ଆବେଦନରେ ଦର୍ଶାଯାଇଛି।
ଘଟଣାର ସିବିଆଇ ତଦନ୍ତ କରାଯାଉ। ଏଥି ସହିତ ପୀଡିତାଙ୍କୁ୍ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *