November 18, 2025

Sabubarga Khabar

All category news

“ଭୁବନେଶ୍ବର ଓ କଟକ ପାଇଁ ପୋଲିସ କମିସନରଙ୍କ ଘୋଷଣା”

ଭୁବନେଶ୍ୱର: ଦୋକାନରେ ସାମାଜିକ ଦୂରତ୍ବ ନରଖିଲେ ଆଦାୟ ହେବ ୫୦୦ ଟଙ୍କା ତଣ୍ଡ । ସହରାଞ୍ଚଳ ପୋଲିସ ଆଇନ ଅନୁସାରେ ଦୋକାନୀ ଓ ଗରାଖଙ୍କୁ ହେବ ତଣ୍ଡ । କାଲିଠୁ ୨ ମାସ ଯାଏ ଲାଗୁ ହେବ ନୂଆ ନିୟମ। ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତ୍ୱ ସର୍ବନିମ୍ନ ୬ ଫୁଟ ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରଖିବାକୁ ପଦକ୍ଷେପ ନେବେ। କେବଳ ଅନୁମତିପ୍ରାପ୍ତ ଦୋକାନ ଖୋଲିବ। ଏଥିପାଇଁ ସମୟ ନିର୍ଘଣ୍ଟ କଡ଼ାକଡ଼ି ହେବ। ସେହିପରି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖିଲେ ଦୋକାନୀଙ୍କ ଭଳି ଦଣ୍ଡିତ ହେବେ। ଗ୍ରାହକ ଯଦି ସାମାଜିକ ଦୂରତ୍ୱ ନମାନନ୍ତି, ତାହାହେଲେ ୧୦୦କୁ ଜଣାଇବେ ଦୋକାନୀ। ଦୋକାନୀ ନିୟମ ଭଙ୍ଗ ନଜଣାଇଲେ ସମାନ ଭାବେ ଦାୟୀ ରହିବେ। ସବୁ ଦୋକାନୀ ଓ କର୍ମଚାରୀ ମାସ୍କ ପିନ୍ଧିବେ। ସାନିଟାଇଜର ରଖିବେ। ମାସ୍କ ପିନ୍ଧି ନଥିବା କୌଣସି ଗ୍ରାହକଙ୍କୁ ଦୋକାନ ଭିତରକୁ ଛାଡ଼ିବେନି। କେହି ପାନ ଓ ଗୁଟଖା ପାଟିରେ ରଖି ବାହାରକୁ ଯିବେନି। ଛେପ ପକାଇବେନି। ନିୟମ ଖିଲାପ କଲେ ଦୋକାନୀ ଓ ଗ୍ରାହକଙ୍କୁ ୫୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ମେ ୧ରୁ ଅଧିନିୟମ କାର୍ଯ୍ୟକାରୀ, ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.