ଭୁବନେଶ୍ବରରେ ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର (ସଖପ୍ର): ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାକକ୍ଷରେ ତା ୧୨/୦୪/୨୦୨୩ ରିଖ “ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘ”ର ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜାତୀୟ ଉପସଭାପତି ବିନୋଦ ମହାପାତ୍ର, ସମ୍ମାନୀୟ ଅତିଥି ଅରେନ୍ ପାଣି, ବିଜୟ ମହାନ୍ତି ମଞ୍ଚାସୀନ ଥିଲେ। ସଭାପତି ଚନ୍ଦ୍ରକାନ୍ତ ସୁତାର କହିଲେ Association of small & medium Newspapers of India ର ଜାତୀୟ ସଭାପତି ଓ ପ୍ରତିଷ୍ଠାତା କେଶବଦତ୍ତ ଚାଣ୍ଡୋଲା ୩୯ ବର୍ଷ ହେଲା ବହୁ ଚେଷ୍ଟାକରି ସଂଘକୁ ଆଗକୁ ନେଇ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଆମେ ସମସ୍ତେ ସଂଘକୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ । କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରର ସମ୍ପାଦକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେମାନେ ଟଙ୍କା ଖର୍ଚ୍ଚକରି ଖବରକାଗଜ ଛାପୁଛନ୍ତି ଓ ଏହି ଖବର ସବୁ ସମାଜର ହିତସାଧନ ଉଦ୍ଦେଶ୍ୟରେ କରୁଛନ୍ତି। ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଓ ଜନସାଧାରଣଙ୍କ ସମସ୍ୟାକୁ ସରକାରୀ ଦପ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଖବରକାଗଜର ସମ୍ପାଦକଟିଏ ସବୁବେଳେ ଚେଷ୍ଟାଜାରୀ ରଖିଥାଏ। କିନ୍ତୁ ଦୁଃଖର ବିଷୟ ସରକାରୀ ସ୍ତରରେ ସମ୍ପାଦକମାନଙ୍କୁ ବିଭିନ୍ନ କ୍ଷେତ୍ରର ଅଣଦେଖା କରାଯାଉଛି। ଏପରି କି ସମ୍ପାଦକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ କରାଯାଇଛି। କୋରାପୁଟ ଜିଲ୍ଲାରୁ ପ୍ରକାଶିତ “ଉତ୍କଳ ଦର୍ପଣ” ପାକ୍ଷିକ ସମ୍ବାଦପତ୍ରର ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ଏହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି। ଗତ ତିନି ବର୍ଷ ପୂର୍ବରୁ ମନୋରଞ୍ଜନ ବାବୁଙ୍କର ଆଖିର ସମସ୍ୟା ଦେଖାଦେଲା । ସେ ଚିକିତ୍ସିତ ହେଲେ କିନ୍ତୁ ଟଙ୍କା ଅଭାବରୁ ତାଙ୍କର ଉଚ୍ଚସ୍ତରୀୟ ଚିକିତ୍ସା ହୋଇପାରି ନଥିଲା। ଫଳସ୍ବରୁପ ସେ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଲେ। ତାଙ୍କ ନାମଟି ଯଦି ସରକାରଙ୍କର “ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା”ରେ ସାମିଲ ହୋଇଥାନ୍ତା ତାହେଲେ ହୁଏତ ତାଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇ ନଥାନ୍ତା। ଗତଦିନରେ ସେ “ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା” ପାଇଁ ଆବେଦନ କରି ହତାଶ ହୋଇଥିଲେ। ଏଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମ୍ପାଦକମାନେ ସ୍ବାସ୍ଥ୍ୟବୀମା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୂ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାର କହିଥିଲେ।

କେନ୍ଦ୍ର ସରକାର ଆମକୁ ଯେଉଁ ଅଧିକାର ପ୍ରଦାନ କରିଛନ୍ତି ସେହି ଅଧିକାରକୁ ସମ୍ପାଦକ ମାନେ କାହାକୁ ନମାଗି ଛଡାଇନେବା ଉଚିତ ବୋଲି ଜାତୀୟ ଉପସଭାପତି ବିନୋଦ ମହାପାତ୍ର ଭାଷଣ ମାଧ୍ୟମରେ କହିଥିଲେ। ଦିଲିପ କୁମାର ବିଶ୍ବାଳ,ଶ୍ରୀକାନ୍ତ ପାଣି, ଗଗନ କୁମାର ପ୍ରଧାନ, ରବିନ୍ଦ୍ରନାଥ ପଟ୍ଟନାୟକ, ତ୍ରିଲୋକ କୁମାର ଲେଙ୍କା, ନିର୍ମଳଚନ୍ଦ୍ର ସାମଲ, ଗୋପାଳକୃଷ୍ଣ ପଟନାୟକ, ଅତନୁ କୁମାର ନାୟକ, ସଂଜୟ କୁମାର ଓଝା, ଶିବାଜୀ ଦାସ, ଦେବୀଶଙ୍କର ଦାଶ, ମନୋଜ କୁମାର ନାୟକ, ଅନିଲ କୁମାର ସାହୁ, ରାଜେସ କୁମାର ଚାନ୍ଦ, ମହେନ୍ଦ୍ର ଚୌଧୁରୀଙ୍କ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ସମ୍ପାଦକ ବୈଠକରେ ଉପସ୍ଥିତ ହୋଇ ସେମାନଙ୍କ ମତ ପ୍ରକାଶ କରିଥିଲେ।
An interesting discussion is definitely worth comment. I do believe that you should publish more about this subject, it may not be a taboo matter but typically people dont discuss these subjects. To the next! Many thanks!!
An intriguing discussion is worth comment. Theres no doubt that that you ought to publish more about this issue, it might not be a taboo matter but generally folks dont talk about these subjects. To the next! All the best!!