04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ କଲେ ଖଇରା ବିଡ଼ିଓ

ବାଲେଶ୍ବର,୨୦/୮–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ବଗଦିଆ ଗ୍ରାମର ଭୋଳାନାଥ ନାୟକଙ୍କ ଝିଅ ସୁବାସିନୀ ନାୟକ(୧୮) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି । ସୁବାସିନୀଙ୍କୁ ଏକ ହୁଇଲି ଚେୟାର ପ୍ରଦାନ କରିବା ପାଇଁ ପରିବାର, ଗ୍ରାମବାସୀ ଓ ପଞ୍ଚାୟତ ତରଫରୁ ପୂର୍ବରୁ ବାରମ୍ବାର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା । ହେଲେ ଏପର୍ଯ୍ୟନ୍ତ କାହାରି ମନରେ ସୁବାସିନୀଙ୍କ ପ୍ରତି ଦୟାଭାବ ଜାତ ହୋଇନଥିବା ଜଣାଯାଇଥିଲା । ଯାହାହେଉ ସେହି ବର୍ତ୍ତନା ଅଞ୍ଚଳର ଜନହିତ ଯୁବକ ସଙ୍ଘର ଉଦ୍ଯମରେ ଆଜି ହଠାତ୍ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ବଗଦିଆ ଗ୍ରାମରେ ପହଞ୍ଚି ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ହୁଇଲି ଚେୟାର ପ୍ରଦାନ କରିଛନ୍ତି । ଉକ୍ତ ହୁଇଲି ଚେୟାର ପ୍ରଦାନ ବେଳେ ସମାଜସେବୀ ମୂରଲୀଧର ପାଣିଗ୍ରାହୀ, ସରପଞ୍ଚ ସତ୍ଯାନନ୍ଦ ଦାସ,ରଟିଣା ଜିଆରଏସ, ଦୈନିକ ଖବର କାଗଜ ପ୍ରଗତିବାଦୀର ବ୍ଲକ ପ୍ରତିନିଧି ସମ୍ଭୁନାଥ ନାୟକ ଏବଂ ଜନହିତ ଯୁବକ ସଙ୍ଘର କର୍ମକର୍ତ୍ତା ମିନଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ବିଡ଼ିଓ ଶ୍ରୀ ବଳ ଜନହିତ ଯୁବକ ସଙ୍ଘର ଉଦ୍ଯମକୁ ପ୍ରଶଂସା କରିବା ସହିତ ଭିନ୍ନକ୍ଷମ ସୁବାସିନୀଙ୍କ ମଙ୍ଗଳ କାମନାକରି ଫେରିଥିଲେ । ଗ୍ରାମବାସୀ ବିଡିଓଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *