November 18, 2025

Sabubarga Khabar

All category news

ଭିଡିଓ କନଫରେନ୍ସ ମାଧ୍ୟମରେ 5T ସଚିବଙ୍କ ସହ ଆଲୋଚନା କଲେ ବିଧାୟକ

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାର ମାଲକାନଗିରି ପୌର ପରିଷଦ ପରିସରରେ ଏକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ 5T ସଚିବ ଶ୍ରୀ ଭି. କେ.ପାଣ୍ଡିୟାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଗଲା ।ମାଲକାନଗିରି ଜିଲ୍ଲାର ବହୁ ଯୋଗ୍ୟ କ୍ରୀଡାବିତ୍ ଭିତ୍ତିଭୂମିର ଅଭାବ ହେତୁ ଯୋଗ୍ୟତା ଥାଇ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ପାରୁ ନଥିଲେ। ଏଥି ନିମନ୍ତେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଜଣାଇ ଥିଲେ । ସେଥି ପାଇଁ ଆଜି ଭିଡିଓ କନଫରେନ୍ସ ରେ 5T ସଚିବଙ୍କୁ ମାଲକାନଗିରି ସଦର ମହକୁମା ଠାରେ ଆଉ ଏକ Indoor Stadium ନିର୍ମାଣ ନିମନ୍ତେ ସ୍ଥାନୀୟ ଯୁବ ଓ ମହିଳା କ୍ରୀଡାବିତ୍ ଓ ବୁଦ୍ଧିଜୀବୀ ଦାବି ପତ୍ର ଉପସ୍ଥାପନା କରିଥିଲେ। ଏହି ଦାବି କୁ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଅତି ଶୀଘ୍ର ଷ୍ଟାଡିୟମ ନିର୍ମାଣ ପାଇଁ ବିଧାୟକ ନିଜେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.