01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ମାଲକାନଗିରି:(ସଖପ୍ର): ଭିଜିଲାନ୍ସ ଜାଲରେ ଫସିଛନ୍ତି ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ତାଙ୍କ ନାଁ ଅକ୍ଷୟ ନାୟକ । ଅକ୍ଷୟ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଜମିଜମା ମାମଲାରେ ଜାରି ହୋଇଥିବା ୧୪୪ ଧାରା ଉଚ୍ଛେଦକୁ ନେଇ ଜୀବନ ମଣ୍ଡଳ ନାମକ ବ୍ୟକ୍ତିଙ୍କଠାରୁ ସେ ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । କିନ୍ତୁ ଆଜି ଆଉ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନାଲି ହାତରେ ଧରିଥିଲା ଭିଜିଲାନ୍ସ । ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ଟିମର ମିଳିତ ସହଯୋଗରେ ଏହି ଚଢାଉ ହୋଇଥିଲା । ଏବେ ଜିଲ୍ଲାର ବହୁତ ଅଫିସରେ ହାତଗୁଂଜା ନେଉଥିବା ଅଧିକାରୀମାନେ ଛାନିଆ ହୋଇପଡିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *