ଭାଲୁ ଆକ୍ରମଣରେ ଏକ ଶିଶୁର ମୃତ୍ୟୁ

ଜୟପୁର(ସଖପ୍ର):କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। କୋରାପୁଟ ଜିଲ୍ଲାରେ ଅଧିକାଂଶ ଲୋକ ଚାଷ ଏବଂ ଗୃହପାଳିତ ପଶୁ ମାନଙ୍କୁ ନିଜ ନିଜ ଘରେ ପାଳନ କରିଥାନ୍ତି। ଯେତେବେଳେ ସମୟ ମିଳିଲେ ଛୋଟ ପିଲାଙ୍କ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ଚାଷ କରିବା ଏବଂ ଗୃହପାଳିତ ପଶୁ ମାନଙ୍କୁ ଗାଁ ରେ ଥିବା ବଣଜଙ୍ଗଲରେ ଚୋରାଇବା ପାଇଁ ନେଇଥାନ୍ତି। କିନ୍ତୁ କରୋନା ପାଇଁ ଦୀର୍ଘ ଦିନରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଗ୍ରାମାଞ୍ଚଳର ପିଲାମାନେ ଘରର ଗାଈଗୋରୁ ଚରାଇବା ପାଇଁ ଜଙ୍ଗଲ କୁ ଯାଉଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଲାଣ୍ଡିଗୁଡା ଠାରେ। ପିଲାମାନେ ସାଙ୍ଗ ହୋଇ ଗାଈଗୋରୁ ଚରାଇବା ବେଳେ ଭାଲୁ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଅଘଟଣ ଘଟିଥିବା ଦେଖିବକୁ ମିଳିଛି।
କୋରାପୁଟ ଜିଲ୍ଲାର ସଦର ମହକୁମାର ସରକାରୀ ମହାବିଦ୍ୟାଳୟର ନିକଟରେ ଥିବା ଲାଣ୍ଡିଗୁଡା ଗ୍ରାମର ଗୌଡ ସାହିର ମଙ୍ଗରାଜ ଗୌଡ଼ (ବୟସ ୧୨) ପିତା ରାମଚନ୍ଦ୍ର ଗୌଡ଼ । ଆଜି ସକାଳେ ୪ ରୁ ୫ ଜଣ ପିଲାମାନେ ନିଜ ନିଜ ଗାଈଗୋରୁକୁ ନେଇ ନିଜ ଗାଁ ପାଖ ଜଙ୍ଗଲ ଯାଇଥିବା ବେଳେ ଭାଲୁର ଗର୍ଜନ ଶୁଣିପିଲାମାନେ ଦୌଡିଯାଉଥିବା ବେଳେ ମଙ୍ଗରାଜ ଭାଲୁର ହାବୁଡ଼ରେ ପଡିଯାଥିଲା । ବାଳକଟି ନିଜକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରି ଚିତ୍କାର କରିଥିବା ବେଳେ ମଧ୍ୟ ନିଜକୁ ବଞ୍ଚେଇ ପାରିଲା ନାହିଁ ।ମୃତ ବାଳକର ପିଛା ଓ ଜଙ୍ଘର ମାଂସ ସମେତ ମୁଣ୍ଡର ଖପୁରି ବାହାର କରିଦେଥିବା ପ୍ରତେକଦର୍ଶୀ ସାଙ୍ଗ ପିଲାମାନେ ସୂଚନା ଦେଇଛନ୍ତି। ଆକ୍ରମଣ ପରେ ଭାଲୁ ଜଙ୍ଗଲକୁ ପଳାଇବା ଦେଖି ନିଜସାଙ୍ଗ ମାନେ କାଳେ ମଙ୍ଗରାଜ ବଞ୍ଚି ଯିବ ଭାବି କାନ୍ଧରେ ବୋହି ଗାଁକୁ ଆଣିଥିଲେ । ଜଙ୍ଗଲ ବିଭାଗକୁ ସୂଚନା ଦେଲା ପରେ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଲାଣ୍ଡିଗୁଡା ଗ୍ରାମରେ ପହଞ୍ଚି ଥିଲେ ।ଭାଲୁ ଆକ୍ରମଣ ହୋଇଥିବା ନାବାଳକକୁ ତୁରନ୍ତ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ଭାଲୁ ଆକ୍ରମଣ ହୋଇଥିବା ନାବାଳକକୁ ଦେଖି ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।ମଙ୍ଗରାଜର ପିତା କୋରାପୁଟ ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ମେଡ଼ିକାଲ ପହଞ୍ଚି ଅଧିକ ପଚରାଉଚରା କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ମୃତ ନାବାଳକ
ମଙ୍ଗରାଜ ସୁନାପୁର ହାଇସ୍କୁଲ ଠାରେ ପଢୁଥିଲା ।ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଅଷ୍ଟମ ଶ୍ରେଣୀରେ ପଢୁଥିବା ପରିବାର ଲୋକେ କହିଛନ୍ତି। ମୃତ ନାବାଳକ ମଙ୍ଗରାଜ ବହୁ ଶାନ୍ତ ଏବଂ ମେଲାପି ଛାତ୍ର ବୋଲି ବିଦ୍ୟାଳୟ ଗୁରୁଜନମାନେ କହିବା ସହ ଶୋକ ବ୍ୟକ୍ତ କରି କରିଥିଲେ ।ବନ ବିଭାଗ ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ପାଇଁ ମୃତ ନବାଳକଙ୍କ ପିତା ମାତା କହୁଥିବା ବେଳେ ଶବ ବ୍ୟବଚ୍ଛେଦ , ରାଜସ୍ବଅଧିକାରୀ ଏବଂପୋଲିସ ରିପୋର୍ଟକୁ ଆଧାର କରି କୋରାପୁଟ ବନ ବିଭାଗ ପକ୍ଷରୁ ସରକାରଙ୍କ ନିୟମ ଅନୁଯାୟୀ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ