12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ବଣ୍ଟନ

ପୁରୀ ୨୫/୦୭: ଶଙ୍ଖକ୍ଷେତ୍ର ପୁରୀରେ ଆଜି ଶନିବାର , ଅପରାହ୍ନ ୩ଟା ସମୟରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ଅଠରନଳା ନିକଟ ନୀଳଚକ୍ର ନଗର ଅଧିବାସୀ ମାନଙ୍କୁ କ଼ରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଆର୍ସେନିକ ଆଲବମ ୩୦ ସି ବଣ୍ଟା ଯାଇଥିଲା । ୨୫୦ ପରିବାରର ୧୨୬୭ ଜଣଙ୍କୁ କରୋନା ପ୍ରତିରୋଧ ଶକ୍ତି ବୃଦ୍ଧି ଔଷଧ ନିଶୁଳ୍କ ବିତରଣ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ସମ୍ବନ୍ଧରେ ସଚେତନ କରାଯାଇଥିଲା । ଡଃ ନବ କିଶୋର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଥର୍ମାଲ ସ୍କ୍ରିନିଂ କରାଯିବା ସମୟରେ କିଛି ଲୋକଙ୍କ ଶରୀରର ତାପମାତ୍ରା ଅଧିକ ଥିବା ଦେଖାଯିବାରେ ଡାକ୍ତରଙ୍କୁ ଦେଖାଇ ଭଲ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ପ୍ରାନ୍ତୀୟ ସଂଗଠନ ସଚିବ ସୈାମେନ୍ଦ୍ର ଦାସଙ୍କ ସଂଯୋଜନାରେ , ଅର୍ଥ ସଚିବ ଗୈାରାଙ୍କ ମିଶ୍ର, ଲାଲା ଅନନ୍ତ ସିଂ, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଆଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନିଳଚକ୍ର ନଗର ନିବାସୀ ଶ୍ରୀ ପ୍ରଶାନ୍ତ ପ୍ରଧାନ, ଶ୍ରୀ କୁନା ବାରିକ, ଶ୍ରୀ ବିରେନ୍ଦ୍ର ମହାନ୍ତି ଓ ଗୋପୀନାଥ ଶତପଥି ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଭାରତ ବିକାଶ ପରିଷଦ ଜଗନ୍ନାଥ ଧାମର କାର୍ଯ୍ୟକ୍ରମକୁ ଶୁଭେଚ୍ଛା ଶୁଭକାମନା ସମସ୍ତ ପୁରୀଜିଲ୍ଲା ବାସୀ ଦେଉଛନ୍ତି ।

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *