02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ତା ୩.୧୦.୨୦୨୦ ରିଖ ଦିନ ୧୦ ଟା ସମୟରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ପକ୍ଷରୁ ରାମକୃଷ୍ଣ ମିଶନରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ୨୪ ଜଣ ଜନଜାତି ଛାତ୍ରଙ୍କୁ ଟେଷ୍ଟ ପେପର ପ୍ରଦାନ କରାଯାଇଛି । ଛାତ୍ର ଅଭିନନ୍ଦନ ପରିଷଦର ସଂସ୍କାର ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ । ସମାଜରେ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା କରିବା, ସମ୍ମାନିତ କରିବା ଓ ସେମାନଙ୍କ ସଫଳତା ପଛରେ ଯେଉଁ ଗୁରୁଙ୍କ ଆଦର୍ଶ ଭୂମିକା ରହିଛି ସେମାନଙ୍କୁ ସମ୍ମାନିତ କରିବା ପ୍ରତି ବର୍ଷର ଏକ ପାରମ୍ପାରିକ କାର୍ଯ୍ୟକ୍ରମ । ରାମକୃଷ୍ଣ ମିଶନ ସଚିବ ସ୍ବାମୀ ଅପ୍ତେଶ୍ୱରାନନ୍ଦ ମହାରାଜାଙ୍କ ଉପସ୍ଥିତିରେ ପରିଷଦର ପୂର୍ବ କ୍ଷେତ୍ର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତୀୟ ସଙ୍ଗଠନ ସଚିବ ସୌମେନ୍ଦ୍ର ଦାସ, ଶାଖା ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର, ଗଣେଶ୍ୱର ମହାସୁଆର ଓ କାର୍ଯ୍ୟକ୍ରମ ସଂଯୋଜକ ମଣିରାମ ଜୀ ମିଶନର ଦଶମ ଶ୍ରେଣୀ ଛାତ୍ର ଅଜୁ ସିଂ, ଅମିତ୍ କୁମାର ମାରାଣ୍ଡି, ମଞ୍ଜୁ ସିଂ, ବିକାଶ ଶବର, ବିଜୟ କୁମାର ସିଂ, ବିକାଶ କୁମାର ସିଂ, ବୁଦ୍ଧ ଦେବ ମାଝୀ, ବିଶ୍ୱଜିତ ସିଂ, ଚୈତନ୍ୟ ବାସକେ, ହମ୍ବିର ମୁର୍ମୁ, ଯୋଗେଶ୍ୱର ମାଝୀ, କୈଳାସ ଚନ୍ଦ୍ର ଭତ୍ରା, କୁସା ମୁଣ୍ଡା, ଲବ ମୁଣ୍ଡା, ଲକ୍ଷ୍ମଣ ତିରିଆ, ରାମଚନ୍ଦ୍ର କୁଙ୍କଳ, ରଞ୍ଜନ କୁମାର ସିଂ, ରତ୍ନ କୁମାର ମୁଣ୍ଡା, ଶାଗର ପୂର୍ତୀ, ଶାମ ସୁନ୍ଦର ସିରକା, ସୌମ୍ୟ ରଂଜନ ମୁଣ୍ଡା, ସୁନାରାମ ସୟ, ସୁନିଲ୍ କୁମାର ବରି ଓ ସ୍ବାଧୀନ ତପୋ ଆଦିଙ୍କୁ ଟେଷ୍ଟ ପେପର ପ୍ରଦାନ କରିଥିଲେ । ରାମକୃଷ୍ଣ ମିଶନ ସଚିବ ସ୍ବାମୀ ଅପ୍ତେଶ୍ୱରାନନ୍ଦ ମହାରାଜ କରୋନାର ବିପରିତ ପରିସ୍ଥିତିରେ ମଧ୍ୟ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ପରିଷଦର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ । ରାମକୃଷ୍ଣ ମିଶନ ଛାତ୍ରାବାସ ଦାୟିତ୍ଵରେ ଥିବା ସ୍ବାମୀ ଯୋଗ ପୂର୍ଣ୍ଣାନନ୍ଦ ମହାରାଜାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ସଚିବ ସୁପ୍ରିତୀ ରଥ ସୂଚନା ଦେଇଥିଲେ ।

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *