11/13/2025

Sabubarga Khabar

All category news

ଭାରତ ବିକାଶ ପରିଷଦ ପୁରୀ ଶାଖା ତରଫରୁ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ଔଷଧ ବଣ୍ଟନ

ପୁରୀ (ସଖପ୍ର) : ଆଜି ମାଆ ବାସେଳୀ କଲ୍ୟାଣ ମଣ୍ଡପ ଠାରେ ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ବାସେଳୀ ସାହି ଅଧିବାସୀ ମାନଙ୍କୁ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଆର୍ସେନିକ ଏଲଵି ୩୦ ବଣ୍ଟନ କରାଯାଇଛି। କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରଣାଳୟ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି ମୁତାବକ ଏହି ଔଷଧ ଜିଲ୍ଲା ପ୍ରଶାସନ ଶ୍ରୀ ଜଗନ୍ନାଥ ମନ୍ଦିର ସେବକ ମାନଙ୍କୁ ବିତରଣ ପରେ ଭାରତ ବିକାଶ ପରିଷଦର ଡଃ ନବ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବାସେଳୀ ସାହିର ୧୬୦ ପରିବାରର ୫୦୦ ବ୍ୟକ୍ତି ବିଶେଷଙ୍କୁ ଏହି ଔଷଧ ନିଶୁଳ୍କ ବଣ୍ଟନ କରାଯାଇଛି । ମାଆ ବାସେଳୀ ସମିତିର ସମ୍ପାଦକ ଶ୍ରୀ ବନମାଳୀ କର, ଶ୍ରୀ ବାବାଜୀ ପତ୍ରୀ, ଶ୍ରୀ ସୁରେଶ ଖୁଣ୍ଟିଆଙ୍କ ସହଯୋଗରେ ପରିଷଦର ପ୍ରାନ୍ତୀୟ ସଂଗଠନ ସଚିବ ସୌମେନ୍ଦ୍ର ଦାସ, ଶାଖା ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର, ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ଜଗଦୀଶ ଆଚାର୍ଯ୍ୟ, ଓ ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ ଏହି କାର୍ଯ୍ୟକ୍ରମର ପରିଚାଳନା ଓ ସଂଯୋଜନା କରିଥିଲେ
ପୂର୍ବକ୍ଷେତ୍ର ରାଷ୍ଟ୍ରୀୟ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ।

ପୁରୀଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *