02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାରତ ବିକାଶ ପରିଷଦ ଜଗନ୍ନାଥ ଧାମ ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ବିଶ୍ୱ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ବ୍ରାହ୍ମୀ ଛାତ୍ରୀନିବାସର ଅନ୍ତେବାସିନୀ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତାଙ୍କ ଅଧ୍ୟକ୍ଷତାରେ ଏବଂ ପରିଷଦର ପ୍ରାନ୍ତ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଶିବିରରେ ଶାଖା ଅଧ୍ୟକ୍ଷ ପଦ୍ମନାଭ ପଣ୍ଡା, ଗବେଷକ ସନ୍ଦୀପ ସେନ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ନରହରି ମିଶ୍ର ନାରୀ ମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ତାର ପ୍ରତିକାର ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଶ୍ରେଣୀ ଗୃହ ଶିକ୍ଷା ବାହାରେ ଏପରି ଶୈକ୍ଷିକ ପରିବେଶର ପ୍ରଶଂସା କରି ଏହା ଛାତ୍ରୀମାନଙ୍କର ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା ହେବ ବୋଲି କୁଳପତି ଡଃ ହୋତା ମତ ଦେଇଥିଲେ । ଛାତ୍ରୀ ନିବାସର ଅଧୀକ୍ଷକ ଡଃ ବସନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶାଖା ସଚିବ ସୁପ୍ରିତୀ ରଥ, ଅର୍ଥ ସଚିବ ଗୌରାଙ୍ଗ ରଥ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ସଂସ୍କାର ସଚିବ ପ୍ରଫୁଲ୍ଲ ମିଶ୍ର,ସମ୍ପର୍କ ସଚିବ ମୁକ୍ତିକାନ୍ତ ଦାସ, କୃଷ୍ଣଚନ୍ଦ୍ର ରଥ, ସୁନୀଲ ପଟ୍ଟନାୟକ, କୃଷ୍ଣା ମହାପାତ୍ର, ହାରାମଣି ଦେବୀ, ସମାଜସେବୀ ଓ ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ, ପଦ୍ମଲୋଚନ ମହାପାତ୍ର, ଜଗଦୀଶ ଆଚାର୍ଯ୍ୟ ଏବଂ ରାଜଶ୍ରୀ ତ୍ରିପାଠୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନେକ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ପ୍ରତିନିଧି ଲାଲା ଅନନ୍ତ କୁମାର ସିଂ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *