ଭାରତ ବିକାଶ ପରିଷଦର ଜାତୀୟ ଯୁବ ଦିବସ ପାଳନ
ପୁରୀ: (ସଖପ୍ର)୧୨/୦୧ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ ସମୁଦ୍ର କୂଳରେ ଅବସ୍ଥିତ ସ୍ୱାମୀ ବିବେକାନନ୍ଦ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଙ୍କ ନିକଟରେ ସ୍ୱାମୀ ବିବେକାନନ୍ଦ ଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି ।
ଏହି ଉପଲକ୍ଷେ ଶାଖାର କର୍ମକର୍ତ୍ତା, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ, ବିଭିନ୍ନ ସଂଗଠନ ର ପ୍ରତିନିଧି, ଗଣମାଧ୍ୟମର ସଦସ୍ୟ, ଜିଲ୍ଲା ପ୍ରଶାସନ ର ଅଧିକାରୀ ଓ ଉପସ୍ଥିତ ପର୍ଯ୍ୟଟକ ମାନଙ୍କ ଗହଣରେ ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ପୈାରନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଭବ ଚାରଣ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ରାମକୃଷ୍ଣ ମିଶନର ସ୍ବାମୀ ଜୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୁରୁବୀର ସିଂ, ଶିକ୍ଷାବିତ୍ ଜଗବନ୍ଧୁ ମିଶ୍ର, ରାଜକିଶୋର ସାହୁ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ସର୍ତ ଜୟସିଂହ, ଦିବାକର ତ୍ରିପାଠୀ ପ୍ରମୁଖ ସ୍ୱାମୀ ଜୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶାଖା ଅଧ୍ୟକ୍ଷ ପଦ୍ମନାଭ ପଣ୍ଡାଙ୍କ ଅଧ୍ୟକ୍ଷତା ତଥା ପ୍ରାନ୍ତୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସ୍ୱାମୀ ଜୀ, ପଦ୍ମନାଭ ପଣ୍ଡା, ବିଜୟ କୁମାର ଦାଶ, ପ୍ରଭାତ ପାଣିଗ୍ରାହୀ, ଅତିରିକ୍ତ ସୂଚନା ଓ ପ୍ରସାରଣ ଅଧିକାରୀ ପ୍ରଦୀପ ଜେନା, କୃଷ୍ଣ ଚନ୍ଦ୍ର ଜଗଦେବ ପ୍ରମୁଖ ସ୍ୱାମୀ ଜୀ ଙ୍କ ଆଦର୍ଶ ର ସ୍ମୃତି ଚାରଣ କରିଥିଲେ ।
ସମୂହ ବନ୍ଦେ ମାତରଂ ଗାନ କରିବା ପରେ , ଜୀଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହାୟତାରେ ‘ମୋ ବିଚ’ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତି ରେ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମ ରେ ସୁରଜମଲ ସାହା, ଶାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ବେଦ କର୍ମ କାଣ୍ଡ, ପୁରୀ ସେବା ସମିତି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦ ସମେତ ଅନ୍ୟାନ୍ୟ ସଙ୍ଗଠନ ଶତାଧିକ ଯୁବକ ବେଳାଭୂମି ସଫେଇ କରିଥିଲେ । ଆବାହକ ସୈାମେନ୍ଦ୍ର ଦାସ, ସୁପ୍ରୀତି ରଥ, ଲାଲା ଅନନ୍ତ କୁମାର ସିଂହଁ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଆଜି ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖାକୁ ମିଶନ ଓଡିଶା ସମ୍ମାନିତ କଲା।
ପ୍ରତିନିଧି ଲାଲା ଅନନ୍ତ କୁମାର ସିଂ