01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାରତ ଜାତୀୟ ସବୁଜ ପୁରସ୍କାର ୨୦୨୦ ନାମାଙ୍କନ ସମୟସୀମା ୩୧ ଜୁଲାଇ

କୋଟପାଡ଼/ଜୟପୁର/କୋରାପୁଟ:- ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ଅଂଶ ଭାବରେ ୨୦୨୦ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ “ପ୍ରକୃତି ପାଇଁ ସମୟ” ଉପରେ ଭାରତ ତରଫରୁ ସବୁଜ ପରିବେଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବର୍ଷ ୨୦୨୦ ଆୟୋଜିତ ହେଉଛି। ଯେଉଁଥିରେ ପୁରସ୍କାର ବର୍ଗ ପାଇଁ ମାଗଣା ପଞ୍ଜିକରଣ ପ୍ରକ୍ରିୟା ଚାଲିଛି। ଅନଲାଇନ ଆବେଦନ ନାମାଙ୍କନ ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୦ |
ବିଶ୍ୱ ପରିବେଶ ସଂଗଠନ ହାଇଦ୍ରାବାଦ ତେଲେଙ୍ଗାନା, ଗ୍ଲୋବାଲ ଇକୋ ଫାଉଣ୍ଡେସନ ପାଟନା ବିହାର, ଗ୍ରୀନ କେୟାର ସୋସାଇଟି ଇଣ୍ଡିଆ ବାଗବାରା ଛତିଶଗଡ ଏବଂ ଭାରତୀୟ ବିଜ୍ଞାନ କଂଗ୍ରେସ ସଂସ୍ଥା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଭାରତ ସରକାରର ଆଜୀବନ ସଭ୍ୟ ତଥା କୋଟପାଡ଼ ସହର ଜିଲ୍ଲା କୋରାପୁଟ ଓଡ଼ିଶାର ନିବାସୀ ଅମୁଜୁରୀ ବିଶ୍ୱନାଥଙ୍କ ଦ୍ୱାରା ମିଳିତ ଭାବେ ଜାତୀୟ ସ୍ତରରେ ଅନଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପରିବେଶ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ବୃକ୍ଷରୋପଣକୁ ପ୍ରୋତ୍ସାହିତ କରି ସାମାଜିକ କଲ୍ୟାଣ ସଚେତନତା ଅଭିଯାନ ଚାଲିଛି, ଯାହା ମିଳିତ ଜାତିସଂଘର ବିଶ୍ୱ ପରିବେଶ ଦିବସ କମିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଅନୁମୋଦନ ହୋଇଛି | ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶାବଳୀ ଓ ସୂଚନା ସବୁଜ ପୁରସ୍କାର କମିଟି ୨୦୨୦ ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଜକ ଅମୁଜୁରୀ ବିଶ୍ୱନାଥ, ବିଶ୍ୱ ପରିବେଶ ସଂଗଠନର ସାଧାରଣ ସମ୍ପାଦକ କଲ୍ୟାଣ ନେତା, ଗ୍ଲୋବାଲ ଇକୋ ଫାଉଣ୍ଡେସନର ନିର୍ଦେଶକ ନୀରଜ କୁମାର ଏବଂ ଗ୍ରୀନ୍ କେୟାର ସୋସାଇଟି ଇଣ୍ଡିଆର ଅଧ୍ୟକ୍ଷ ବିଶ୍ୱନାଥ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରକାଶ ପାଇଛି। ପରିବେଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତୀୟ ବ୍ୟକ୍ତି ଏବଂ ସଂଗଠନଗୁଡିକ ଠାରୁ ବର୍ଷ ୨୦୨୦ ପାଇଁ ୧୧ ଟି ଶ୍ରେଣୀରେ ଜାତୀୟ ସବୁଜ ଚାମ୍ପିଅନ୍ ପୁରସ୍କାର, ଜାତୀୟ ସବୁଜ କମାଣ୍ଡୋ ପୁରସ୍କାର, ଜାତୀୟ ସବୁଜ ଉଦ୍ଭାବନ ପୁରସ୍କାର, ଜାତୀୟ ପରିବେଶବିତ୍ ପୁରସ୍କାର, ଜାତୀୟ ସବୁଜ ଗୁରୁ ପୁରସ୍କାର, ଜାତୀୟ ସବୁଜ ଉଦ୍ୟାନ ପୁରସ୍କାର, ଜାତୀୟ ସବୁଜ କ୍ୟାମ୍ପସ୍ ପୁରସ୍କାର, ଜାତୀୟ ସବୁଜ ଫଟୋଗ୍ରାଫର ପୁରସ୍କାର, ଜାତୀୟ ସବୁଜ କଳାକାର ପୁରସ୍କାର, ଜାତୀୟ ସବୁଜ ସାମ୍ବାଦିକ ପୁରସ୍କାର, ସବୁଜ ପରିବେଶ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଉଅଛି। ଆୟୋଜକଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଉପଲବ୍ଧ ଗୁଗୁଲ୍ ଫର୍ମ ଲିଙ୍କ୍ ମାଧ୍ୟମରେ ପଞ୍ଜିକରଣକୁ ନିମନ୍ତ୍ରଣ କରାଯାଉଅଛି | ସବୁଜ ପୁରସ୍କାର କମିଟି ଦ୍ୱାରା ଏହାର ଫଳାଫଳ ଚୟନ ତାଲିକା ସୋସିଆଲ ମିଡିଆରେ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶିତ କରାଯିବ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *