01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଜିଲ୍ଲା ଆଶାସାଥୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ନବରଙ୍ଗପୁର (ସଖପ୍ର): ଭାରତୀୟ ମଜଦୂର ସଂଘ ଦ୍ୱାର ପରିଚାଳିତ ଜିଲା ଆଶାସାଥୀ ସଂଘ ତରଫରୁ ଜିଲାପାଳଙ୍କର ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକାଙ୍କୁ ୮ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ଆଶାସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ , କେନ୍ଦ୍ର ସରକାରଙ୍କର ଘୋଷଣା ଅନୁସାରେ ମାସିକ ୬ହଜାରଟଙ୍କା ପ୍ରଦାନ କରାଯିବା, ଆଶାସାଥୀଙ୍କୁ କାର୍ଯ୍ୟଦକ୍ଷତା କରିବାକୁ ତାଲିମ ପ୍ରଦାନ,୧୩ ବର୍ଷଧରି କାର୍ଯ୍ୟକରି ଆସୁଥିବା ଆଶାସାଥୀ ମାନଙ୍କୁ ବୀମା ଓ ମୃତ୍ୟୁକାଳୀନସହାୟତା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା କାର୍ଯ୍ୟକାରୀ କରିବା, ଆୟୁଷ୍ମାନ ଭାରତ ବୀମା ଯୋଜନାରେ ଆଶସାଥୀଙ୍କ ପାଇଁ ଲାଗୁ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିିବା ଅଶାସାଥୀ ମାନଙ୍କୁ ପ୍ରେତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଜିଲାର ସମସ୍ତ ବିଧାୟକ, ସାଂସଦମାନଙ୍କୁ ଦାବି ପ୍ରଦାନ କରାଯିବା ସହିତ ରାଜ୍ୟପାଳ ଓ ରାଜ୍ୟପାଳଙ୍କର ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲା ଆଶାସାଥୀ ସଂଘର ସଭାପତି ସବିତା ପଣ୍ଡା, ସମ୍ପାଦିକା ଉମା ମଣ୍ଡଳ, ଭାରତୀୟ ମଜଦୂର ସଂଘର ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ, ଜିଲା ଉପସଭାପତି ରଙ୍କନାଥ ଜେନା, ଜିଲା କୋଠାବାଡି ସଂଘ ସଭାପତି ରାମ ବିଷୋୟୀ ସମେତ ସମସ୍ତ ବ୍ଲକରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *