06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାରତୀୟ ଜନତା ପାର୍ଟି କୋରାପୁଟ ତରଫରୁ ଜୟପୁର ଠାରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

କୋରାପୁଟ ଜିଲ୍ଲା (ସଖପ୍ର): ଭାରତୀୟ ଜନତା ପାର୍ଟି ତରଫରୁ ଜୟପୁର ଠାରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଇ ବୈଠକରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ରାଜ୍ୟ ସରକାରଙ୍କ ମନ ମୁଖି କାର୍ଯ୍ୟକଳାପକୁ ଘୋର ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଇ ଚିଠାରେ ଉଲେଖ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି, ସ୍ଵଚ୍ଚ ଭାରତ ଅଭିଯାନରେ ହେଉଥିବା ପାଇଖାନା ଦୁର୍ନୀତି, ଜଗନ୍ନାଥ ସାଗର, ଗୋବର୍ଧନ ମୁଣ୍ଡା, ନୀଳ କଣ୍ଠ ସାଗର ପୁନଃରୁଦ୍ଧାର କରିବା, ଜୟପୁର ସହରରେ ଆଲୋକ କରଣ କରିବା, ପ୍ରତି ଗଳିରେ ମଦ ଦୋକାନକୁ ବନ୍ଦ କରିବା, ଦୁର୍ନୀତି ଖୋର ଅଫିସର ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦିନକୁ ଦିନ ଚୋରି ରାହାଜାନିକୁ ରୋକିବା, ଜୟପୁର ମେଡିକାଲରେ ଡାକ୍ତର ପଦ ପୂରଣ କରିବା, ପେପର ମିଲକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା, ଅହେତୁକ ବିଦ୍ୟୁତ କାଟ ସହିତ ୟୁନିଟ ପିଛା 30 ରୁ 40 ପଇସା ତୁରନ୍ତ ପ୍ରତ୍ୟାହାର କରିବା ଉପରେ ଆଲୋଚନା କରାଯାଇଥିଲା। ଯଦି ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଆକର୍ଷଣ ନ କରନ୍ତି ତେବେ ଆଗାମୀ ଦିନରେ ବିଜେପି ଦଳ ତରଫରୁ ଜୟପୁର ସହରରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ରଥ, ବିପଦ ଭଂଜନ ଦାସ, ବୈଦ୍ୟ ନାଥ ମିଶ୍ର, ସାଧୁ ଚରଣ ଚୌଧୁରୀ, ସୀମା କରନ, ଅଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *