ଭାରତୀୟ ଗୁଣବତ୍ତା ପରିଷଦର ସଦସ୍ୟ ରୂପେ ଡଃ ବିରେନ୍ଦ୍ର କୁମାର ବାଗ ମନୋନୀତ

ବରଗଡଜିଲ୍ଲା : ଓଡିଶାର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଡଃ ବିରେନ୍ଦ୍ର କୁମାର ବାଗ ଭାରତ ସରକାର ଙ୍କ ଗୁଣବତ୍ତା ପରିଷଦର ସଦସ୍ୟ ରୂପେ ମନୋନିତ ହୋଇଛନ୍ତି । ଭାରତୀୟ ଉଦ୍ୟୋଗ ଜଗତ ଓ ଭାରତ ସରକାରଙ୍କ ମିଲିତ ଉଦ୍ୟମରେ ଭାରତୀୟଗ ଗୁଣବତ୍ତା ପରିଷଦ (Quality Council of India ) 1997 ମସିହାରୁ କାର୍ଯ୍ୟକ୍ରମ କରିଆସୁଛି। ଭାରତୀୟ ଉଦ୍ୟୋଗର ପ୍ରଚାର ପ୍ରସାର ସହ ଗୁଣାତ୍ମକ ଦ୍ରବ୍ୟର ଉତ୍ପାଦରେ ଏହି ପରିଷଦ ବିଶେଷ ଭାବେ କାମ କରିଥାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡଃ ବାଗ ରାଜ୍ୟ ତଥା ରାଷ୍ଟ୍ରୀୟ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡିତ ହୋଇ ସଫଲତାର ସହ ଦାୟିତ୍ବ ତୁଲାଇଆସୁଛନ୍ତି । ଭାରତ ସରକାରଙ୍କ ଖାଦ୍ୟ ଓ ଯୋଗାଣ କେବିନେଟ ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଙ୍କ ଜନ ଶକ୍ତି ପାର୍ଟିର ଶ୍ରମିକ ପ୍ରକୋଷ୍ଠର ରାଷ୍ଟ୍ରୀୟ ସଚିବ ରୂପେ ବର୍ତ୍ତମାନ ଦାୟିତ୍ବ ରତ ଅଛନ୍ତି ଡଃ ବାଗ । ଜଣେ ରାଷ୍ଟ୍ରବାଦୀ ସମାଜସେବୀ ଡଃ ବାଗ ଆଉ ଏକ ନୂତନ ଦାୟିତ୍ବ ନେଇଥିବାରୁ ଓଡିଶାର ବୁଦ୍ଧିଜୀବୀ ଓ ସାମାଜିକ ଅନୁଷ୍ଠାନମାନେ ଶୁଭେଛ୍ଛା ବାର୍ତ୍ତା ଦେବା ସହିତ ଉତ୍ତୋରତ୍ତର ମଙ୍ଗଳ କାମନା କରିଛନ୍ତି ।

ବରଗଡ ବ୍ୟୁରୋ ମୋତିଲାଲ ବାଗ